ଲାହୋର: ଦୁବାଇର ଏସୀୟ କ୍ରିକେଟ ପରିଷଦ (ଏସିସି) ମୁଖ୍ୟାଳୟରେ ଏସିଆ କପ୍ ଟ୍ରଫିକୁ ତାଲାପକାଇ ରଖାଯାଇଛି। ଏସିସି ମୁଖ୍ୟ ମୋହସିନ୍ ନକଭି ନିର୍ଦ୍ଦେଶ ଦେଇଛନ୍ତି ଯେ ତାଙ୍କ ଅନୁମୋଦନ ବିନା ଟ୍ରଫିକୁ କେହି ଘୁଞ୍ଚେଇ ମଧ୍ୟ ପାରିବେ ନାହିଁ, ଭାରତକୁ ହସ୍ତାନ୍ତର କରିବା ତ ଦୂରର କଥା।
ସୂଚନା ଅନୁସାରେ ନକଭି ନିର୍ଦ୍ଦେଶ ଦେଇଛନ୍ତି ଯେ ଟ୍ରଫିକୁ ତାଙ୍କ ବିନା ଅନୁମତିରେ କାହାକୁ ଦିଆଯିବ ନାହିଁ । କେବଳ ସେ ବ୍ୟକ୍ତିଗତ ରୂପରେ ବିସିସିଆଇ ବା ଭାରତୀୟ ଦଳକୁ ହସ୍ତାନ୍ତର କରିବେ ।
ସୂଚନାଯୋଗ୍ୟ ଯେ ଭାରତ ସେପ୍ଟେମ୍ବର ୨୮ ତାରିଖରେ ଦୁବାଇରେ ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏସିଆ କପ୍ ଜିତିବା ପରେ, ଭାରତୀୟ ଦଳ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ତା’ପରେ ନକଭି ଏହାକୁ ନିଜ ସହିତ ନେଇଯାଇଥିଲେ ଏବଂ ସେବେଠାରୁ ଏହା ଏସିସି କାର୍ଯ୍ୟାଳୟରେ ଅଛି। ଏହାକୁ ନେଇ ବିସିସିଆଇ ଓ ପିସିବି ମଧ୍ୟରେ ବିବାଦ ବଢିଚାଲିଛି । ନକଭିଙ୍କ ଆଭିମୁଖ୍ୟ ପରେ ବିସିସିଆଇର ପରବର୍ତ୍ତି କାର୍ଯ୍ୟପନ୍ଥା ଉପରେ ସମସ୍ତଙ୍କ ନଜର ରହିବ ।
ସୂଚନା ଅନୁସାରେ ଆସନ୍ତା ମାସରେ ଆଇସିସି ବୈଠକରେ ଏହି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି। ନକଭିଙ୍କୁ ନିନ୍ଦା କରିବା ଏବଂ ତାଙ୍କୁ ଆଇସିସି ନିର୍ଦ୍ଦେଶକ ପଦରୁ ବହିଷ୍କାର କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/10/untitled-31-1-2025-10-10-18-42-48.jpg)