କୋଲ୍କାତା: ଏସିଆ କପ୍ ପାଇଁ ଆୟୋଜିତ ଯୋଗ୍ୟତାପର୍ଯ୍ୟାୟର ତୃତୀୟ ରାଉଣ୍ଡରେ ଭାରତ ପ୍ରଥମ ମ୍ୟାଚ୍ ଜିତିଛି। ବୁଧବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସୁନିଲ ଛେତ୍ରୀଙ୍କ ଯୁଗଳ ଗୋଲ୍ ବଳରେ ଭାରତ ୨-୦ରେ କାମ୍ବୋଡିଆକୁ ପରାସ୍ତ କରିଥିଲା। ଆହତରୁ ମୁକୁଳିବା ପରେ ଦଳକୁ ଫେରିଥିବା ୩୭ ବର୍ଷ ବୟସ୍କ ଛେତ୍ରୀ ମ୍ୟାଚ୍ର ଉଭୟାର୍ଦ୍ଧ (୧୩ ଏବଂ ୫୯ତମ ମିନିଟ୍)ରେ ଗୋଟିଏ ଲେଖାଏଁ ଗୋଲ୍ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଏଥି ସହିତ ଛେତ୍ରୀ ମଧ୍ୟ ବିଶ୍ବର ୫ ସକ୍ରିୟ ଫୁଟ୍ବଲ୍ରଙ୍କ ମଧ୍ୟରେ ତୃତୀୟ ସର୍ବାଧିକ ଗୋଲ୍ ସ୍କୋରର୍ ହୋଇଯାଇଛନ୍ତି। ଛେତ୍ରୀ ୧୨୭ ମ୍ୟାଚ୍ ଖେଳିଥିଲା ବେଳେ ତାଙ୍କ ଗୋଲ୍ ସଂଖ୍ୟା ୮୨ରେ ପହଞ୍ଚିଛି। ସେ ଏବେ ପର୍ତୁଗାଲ ତାରକା କ୍ରିଷ୍ଟିଆନ୍ ରୋନାଲ୍ଡୋ (୧୧୭) ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି (୮୬)ଙ୍କ ପଛରେ ରହିଛନ୍ତି।
ଏସିଆ କପ୍ ଯୋଗ୍ୟତାପର୍ଯ୍ୟାୟ ଫୁଟ୍ବଲ: ଭାରତକୁ ବିଜୟ ଦେଲେ ଛେତ୍ରୀ
/sambad/media/post_attachments/wp-content/uploads/2022/06/india-football.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)