ଆବୁଧାବି : ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପର ୫ମ ଲିଗ ମ୍ୟାଚ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଶ୍ରୀଲଙ୍କା ଆଗରେ ୧୪୦ ରନର ଲକ୍ଷ୍ୟ ରଖିଛି ।
ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୩୯ ରନ କରିଥିଲା । ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ଶେଷ ବେଳକୁ ଜାକର ଅଲ୍ଲି ଓ ଶାମିମ ହୁସେନଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ପରେ ବାଂଲାଦେଶ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା । ଜାକର ୪୧ ଓ ଶାମିମ ୪୦ ରନ କରିଥିଲେ । ସେହିପରି ଲିଟନ ଦାସ ୨୮ ରନ କରିଥିଲେ ।
ଆସନ୍ତା ରବିବାର ଏସିଆ କପର ସବୁଠାରୁ ହାଇ ପ୍ରୋଫାଇଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/13/g0vylasbwaa4f5n-2025-09-13-22-08-14.jpg)