ଏସିଆ କପ ଟେ୍ଵଣ୍ଟି-୨୦: ହରମନପ୍ରୀତ ଦେଲେ ଲଗାତାର ବିଜୟ

କୁଆଲାଲମ୍ପୁର: ଅଧିନାୟିକା ହରମନପ୍ରୀତ କୌରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ମହିଳା ଏସିଆ କପ୍‌ ଟେ୍ଵଣ୍ଟି-୨୦ ପ୍ରତିଯୋଗିତାରେ ଭାରତ ଲାଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ସୋମବାର ଭାରତୀୟ ମହିଳା ୬୯ ରନ୍‌ରେ ଥାଇଲାଣ୍ଡକୁ ହରାଇବା ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବି ବଜାୟ ରଖିଛି। ଉଦଘାଟନୀ ମୁକାବିଲାରେ ଆୟୋଜକ ମାଲେସିଆକୁ ୧୪୨ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇଥିବା ଭାରତ ପକ୍ଷରୁ ସବୁ ଶୀର୍ଷକ୍ରମ ଖେଳାଳିମାନେ ଭଲ ଖେଳିଥିଲେ। ହେଲେ ମୋନା ମେଶରମ ସର୍ବାଧିକ ୩୨ ରନ୍‌ କରିଥିଲେ। ସେହିଭଳି ହରମନପ୍ରୀତ ୧୭ ବଲରୁ ଦ୍ରୁତ ୨୭ ରନ୍‌ କରିଥିଲେ। ଫଳରେ ଭାରତ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୩୨ ରନ୍‌ କରିଥିଲା। ଏହାର ଜବାବରେ ଥାଇଲାଣ୍ଡ ୮ ଓ୍ଵିକେଟ୍‌ ବିନିମୟରେ ମାତ୍ର ୬୮ ରନ୍‌ କରି ପାରିଥିଲା। ହରମନପ୍ରୀତ ବ୍ୟାଟ୍‌ ଭଳି ବଲ୍‌ରେ କମାଲ କରି ମାତ୍ର ୧୧ ରନ୍‌ରେ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର