ଏସୀୟ କପ୍‌ ଫାଇନାଲ୍‌‌ରେ ଜାପାନ୍‌

ଆବୁଧାବି: ଟ୍ରଫି ଦାବିଦାର ଇରାନକୁ ହରାଇ ଚାରିଥରର ବିଜେତା ଜାପାନ୍‌ ଚଳିତ ଏଏଫ୍‌ସି ଏସୀୟ କପ୍‌ ଫାଇନାଲ୍‌ରେ ପ୍ରବେଶ କରିଛି। ସୋମବାର ସେମିଫାଇନାଲ୍‌ରେ ୟୁୟା ଓସାକାଙ୍କ ଯୁଗଳ ଗୋଲ୍‌ ବଳରେ ଜାପାନ୍‌ ୩-୦ରେ ଇରାନ୍‌କୁ ପରାସ୍ତ କରିଥିଲା। ୫୬ତମ ମିନିଟ୍‌ରେ ଓସାକା ଏକ ଫିଲ୍ଡ ଗୋଲ୍‌ରେ ଦଳକୁ ଅଗ୍ରଣୀ କରାଇଥିଲେ। ଏହାର ୧୧ ମିନିଟ୍‌ ପରେ ଏକ ପେନାଲ୍‌ଟିକୁ ଗୋଲ୍‌‌ରେ ପରିଣତ କରି ଓସାକା ଜାପାନ୍‌କୁ ୨-୦ ଗୋଲ୍‌ରେ ଆଗୁଆ କରି ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ। ଇଞ୍ଜୁରି ସମୟର ପ୍ରଥମ ମିନିଟ୍‌ରେ ଜେନକି ହରାଗୁଚି ‌େଗ‌ାଲ୍‌ ଦେଇ ଜାପାନ୍‌ର ବିଜୟ ବ୍ୟବଧାନକୁ ବଢ଼ାଇଥିଲେ। ଜାପାନ୍‌ ଫାଇନାଲ୍‌ରେ ୟୁଏଇ ଓ କାତାର ମଧ୍ୟରେ ଖେଳାଯିବାକୁ ଥିବା ‌ଦ୍ବିତୀୟ ସେମିଫାଇନଲ୍‌ର ବିଜେତାକୁ ଭେଟିବ।

ସମ୍ବନ୍ଧିତ ଖବର