ଏସିଆ ପାସିଫିକ ମାଷ୍ଟର୍ସ କ୍ରୀଡ଼ା: ନମିତାଙ୍କୁ ରୌପ୍ୟ

ସମ୍ବଲପୁର: ମାଲେସିଆର ପେନାଙ୍ଗଠାରେ ଚାଲିଥିବା ପ୍ରଥମ ଏସିଆ ପାସିଫିକ ମାଷ୍ଟର୍ସ ଗେମ୍‌ସରେ ଭାରତର ନମିତା ପଟେଲଙ୍କୁ ରୌପ୍ୟ ପଦକ ମିଳିଛି। ୪୫ ବର୍ଷରୁ ଊର୍ଧ୍ୱ ମହିଳା ବର୍ଗରେ ଭାଗ ନେଇ ସମ୍ବଲପୁରରୁ ଯାଇଥିବା ନମିତା ଜାଭେଲିନ ଫିଙ୍ଗାରେ ଦ୍ୱିତୀୟ ହୋଇ ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟ ଆଥଲେଟ ରେଖା ଦେ’ ୪୦ ବର୍ଷରୁ ଊର୍ଧ୍ୱ ମହିଳା ବର୍ଗର ୧୦୦ ମିଟର ଦୌଡ଼ରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଓଡ଼ିଶା ମାଷ୍ଟର୍ସ ଗେମ୍‌ସର ସଂପାଦକ ଶିବ ପ୍ରସାଦ ମିଶ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର