ଭୁବନେଶ୍ୱର: ମାଲେସିଆର ରାଜଧାନୀ କ୍ଵାଲାଲମ୍ପୁରଠାରେ ଆୟୋଜିତ ଏସୀୟ ଆଇସ୍ ହକି ପ୍ରତିଯୋଗିତାରେ ଓଡ଼ିଆ ତାରକା ପରିକେତ ମହାପାତ୍ର ୨୦ ବର୍ଷରୁ କମ୍ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେ ଗୋଲ୍ରକ୍ଷକ ଦାୟିତ୍ୱ ତୁଲାଇବେ। ଯୁକ୍ତରାଷ୍ଟ୍ର ଆମେରିକାର ପେନ୍ସିଲଭାନିଆସ୍ଥିତ ଲାଂକାଷ୍ଟରରେ ଦଶମ ଶ୍ରେଣୀରେ ଅଧ୍ୟୟନରତ ପରିକେତ ପ୍ରାୟ ୪ ବର୍ଷ ହେଲା ଆଇସ୍ ହକି ଅଭ୍ୟାସ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି। ଏସୀୟ ଆଇସ୍ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ସଫଳତା ନେଇ ଆଶାବ୍ୟକ୍ତ କରିବା ସହିତ ଭାରତରେ ଆଇସ୍ ହକି ପ୍ରତି ଅଧିକ ଆଦୃତି ଓ ଆଗ୍ରହ ଜନ୍ମାଇବା ନିମନ୍ତେ ଉଦ୍ୟମ କରିବେ ବୋଲି ସୁବ୍ରତ ଓ ତୋୟା ମହାପାତ୍ରଙ୍କ ପୁଅ ପରିକେତ୍ କହିଛନ୍ତି।
ଏସୀୟ ଆଇସ୍ ହକିରେ ପରିକେତ୍
/sambad/media/post_attachments/wp-content/uploads/2017/12/10-Pariket-Mohapatra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)