ଏସୀୟ କନିଷ୍ଠ ରୋଇଂରେ ଓଡ଼ିଶା ଖେଳାଳିଙ୍କୁ ସ୍ୱର୍ଣ୍ଣ

କଟକ: କୋରିଆ ଚୁଞ୍ଜୁଠାରେ ଚାଲିଥିବା ଏସୀୟ କନିଷ୍ଠ ରୋଇଂ ପ୍ରତିଯୋଗିତାରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା କକ୍ସଲେସ୍‌ ଫୋର୍‌ରେ ଏହି ପଦକ ମିଳିଥିବା ବେଳେ ଇଭେଣ୍ଟର ସମସ୍ତ ପ୍ରତିଯୋଗୀ ଜଗତପୁର ଜଳକ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରର ଖେଳାଳି ଥିଲେ। ସୁନ୍ଦରଗଡ଼ର ରିତୁ କାଉଡି, ଦୀପିକା ଖେସ୍‌ ଓ ଝରଣା ହସ୍ତି ଏବଂ ଜଗତପୁରର ସୋନାଲି ସ୍ୱାଇଁ ଏହି ଇଭେଣ୍ଟରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। କକ୍ସଲେସ୍‌ ଫୋର୍‌ରେ ଚାଇନିଜ୍‌ ତାଇପେଇକୁ ରୌପ୍ୟ ଓ ହଂକଂକୁ କାଂସ୍ୟ ପଦକ ମିିଳିଥିଲା। ଭାରତୀୟ ଦଳରେ ୧୧ ପୁରୁଷ ଓ ୯ ମହିଳା ଖେଳାଳି ଏସୀୟ ପ୍ରତିଯୋଗିତା ଖେଳିବାକୁ ଯାଉଛନ୍ତି। ୯ ମହିଳାଙ୍କ ମଧ୍ୟରୁ ଓଡ଼ିଶାରୁ ୫ ଜଣ ଏହି ଦଳରେ ସ୍ଥାନ ପାଇଛନ୍ତି। ଓଡ଼ିଶା ଖେଳାଳିଙ୍କ ସଫଳତା ପାଇଁ ରାଜ୍ୟ ରୋଇଂ ଓ ସ୍କଲିଂ ସଂଘର ସଭାପତି ବିନୋଦ ଦାଶ, ସମ୍ପାଦକ ଅମରଜ୍ୟୋତି ସିଂହଦେଓ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର