ଭୁବନେଶ୍ବର: ଭାରତୀୟ ପୁରୁଷ ଓ ମହିଳା ଦଳ ଚତୁର୍ଥ ଏସୀୟ ଖୋ ଖୋ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ଆସାମର ତାମୁଲପୁରରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ପୁରୁଷ ଦଳ ପାଳି ଓ ୬ ପଏଣ୍ଟରେ ନେପାଳକୁ ପରାସ୍ତ କରିଥିଲା। ସେହିଭଳି ମହିଳା ଦଳ ମଧ୍ୟ ନେପାଳକୁ ପାଳି ଓ ୩୩ ପଏଣ୍ଟ୍ରେ ମାତ୍ ଦେଇଥିଲା। ବିଜେତା ଭାରତୀୟ ମହିଳା ଦଳରେ ଓଡ଼ିଶା ଅଧିନାୟିକା ଅର୍ଚ୍ଚନା ମାଝୀ ରହିବା ସହ ବ୍ୟକ୍ତିଗତ ଭାବେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ପାଇଛନ୍ତି। ଏକମାତ୍ର ଓଡ଼ିଆ ଭାବେ ଭାରତୀୟ ମହିଳା ଦଳରେ ସ୍ଥାନ ପାଇଥିବା ଅର୍ଚ୍ଚନା କିସ୍ ଛାତ୍ରୀ ହୋଇଥିବାରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ୯ ଦେଶ ଅଂଶଗ୍ରହଣ କରିଥିଲେ। ଆସାମ ବାଚସ୍ପତି ବିଶ୍ବଜିତ ଦାଇମାରି ଓ ମନ୍ତ୍ରୀ ୟୁଜି ବ୍ରହ୍ମା ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
ଅର୍ଚ୍ଚନାଙ୍କୁ ଏସୀୟ ଖୋ ଖୋ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2023/03/65465jjk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)