କଟକରେ ହେବ ଏସୀୟ କୁସ୍ତି

କଟକ: ଆସନ୍ତା ବର୍ଷ ଫେବ୍ରୁଆରିରେ କଟକସ୍ଥିତ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏସୀୟ କୁସ୍ତି ପ୍ରତିଯୋଗିତା ଆୟୋଜନ ହେବ। ତେବେ ଏନେଇ କୌଣସି ଔପଚାରିକ ନିଷ୍ପତ୍ତି ହୋଇନଥିଲେ ବି, ଭାରତୀୟ ମହାସ˚ଘର ଅଧିକାରୀଙ୍କ ସହ ରାଜ୍ୟ କ୍ରୀଡ଼ା ବିଭାଗ ଆଲୋଚନା କରିଥିବା ଜଣାପଡିଛି। ଏପରିକି ରାଜ୍ୟ କୁସ୍ତି ସ˚ଘ ସହିତ ମଧ୍ୟ ମହାସ˚ଘର ଉଚ୍ଚ କର୍ମକର୍ତ୍ତାମାନେ ବିଚାର ବିମର୍ଶ କରିଥିବା ସୂଚନା ମିଳିଛି। ୨୦୨୦ ଏସୀୟ କୁସ୍ତି ପ୍ରତିଯୋଗିତା ଆୟୋଜନ ଅଧିକାର ଭାରତକୁ ମିଳୁଥିବାରୁ କଟକ ଉପଯୁକ୍ତ ସ୍ଥାନ ବୋଲି ମହାସ˚ଘ ପକ୍ଷରୁ କୁହାଯାଇଛି। ଗତ ଫେବ୍ରୁଆରି ମାସରେ କଟକ ଇନ୍‌ଡୋର ଷ୍ଟାଡିୟମରେ ଜାତୀୟ ଉପ କନିଷ୍ଠ କୁସ୍ତି ପ୍ରତିଯୋଗିତା ସଫଳତାର ସହ ଆୟୋଜନ ହୋଇଥିଲା। ସେତେବେଳେ ସର୍ବଭାରତୀୟ ମହାସ˚ଘର ସଭାପତି ତଥା ସା˚ସଦ ବ୍ରିଜଭୂଷଣ ସରଣ ସି˚ହ ନିଜେ ଏଠାରେ ଉପସ୍ଥିତ ରହି ଏଠାକାର ଭିତ୍ତିଭୂମିର ପ୍ରଶ˚ସା କରିଥିଲେ। ତେଣୁ ଏଠାରେ ଏକ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଆୟୋଜନ କରିବା ପାଇଁ ସେବେଠାରୁ ଯୋଜନା ହୋଇଥିବା କୁହାଯାଉଛି। ନିକଟ ଅତୀତରେ ଇନ୍‌ଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଆୟୋଜନ କରାଯାଇଛି। ଯେଉଁଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଷ୍ଟାଡିୟମର ନବକଳେବର କରାଯାଇଥିଲା। ଏହାକୁ ଏସୀୟ କୁସ୍ତି ପାଇଁ ପୁଣି ଥରେ ବ୍ୟବହାର କରିବା ପାଇଁ ଚିନ୍ତା କରାଯାଉଥିବା କୁହାଯାଇଛି। ତେବେ ଏବିଷୟରେ ରାଜ୍ୟ କୁସ୍ତି ସ˚ଘର ଭାରପ୍ରାପ୍ତ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ମହାସ˚ଘ ସଭାପତି ତାଙ୍କ ସହିତ ଏସୀୟ ପ୍ରତିଯୋଗିତା ଆୟୋଜନ କରାଯିବା ପାଇଁ ଆମେ ପ୍ରସ୍ତୁତ କି ନାହିିଁ, ମତାମତ ଲୋଡିଥିଲେ। ଆମେ ରାଜି ହୋଇଛୁ। କିନ୍ତୁ ଏଠାରେ ଏସୀୟ ପ୍ରତିଯୋଗିତା ହେବ କି ନାହିଁ, ସେନେଇ ମହାସ˚ଘ ପକ୍ଷରୁ ସ୍ପଷ୍ଟ ଭାବେ କିଛି କୁହାଯାଇନାହିଁ। ତଥାପି ମହାସ˚ଘ ପକ୍ଷରୁ ଯଦି ଆମକୁ ଆୟୋଜନ ଅଧିକାର ମିଳେ ତାହେଲେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଦେବେନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର