ଫେବ୍ରୁଆରି ୧୮ରୁ କଟକରେ ଏସୀୟ କୁସ୍ତି: ଇନ୍‌ଡୋର ଷ୍ଟାଡିୟମ ଭିତ୍ତିଭୂମି ଅନୁଧ୍ୟାନ କଲେ ୟୁଡବ୍ଲ୍ୟୁଡବ୍ଲ୍ୟୁ ପ୍ରତିନିଧି

କଟକ: ଆସନ୍ତା ବର୍ଷ ଫେବ୍ରୁଆରି ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏସୀୟ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ପରେ ଇନ୍‌ଡୋର ଷ୍ଟାଡିୟମରେ ଦ୍ବିତୀୟ ସର୍ବବୃହତ୍‌ ଆନ୍ତର୍ଜାତିକ ଇଭେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ ଇନ୍‌ଡୋର ଷ୍ଟାଡିୟମର ଭିତ୍ତିଭୂମି ଅନୁଧ୍ୟାନ କରିବାକୁ ବିଶ୍ବ କୁସ୍ତି ମହାସ˚ଘ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ର ପ୍ରତିନିଧି କଟକରେ ପହଞ୍ଚିଥିଲେ। ୟୁଡବ୍ଲ୍ୟୁଡବ୍ଲ୍ୟୁର ପ୍ରତିଯୋଗିତା ପ୍ରବନ୍ଧକ ରାମିଲ ଅହମଦୋଭ ଓ ଭାରତୀୟ କୁସ୍ତି ମହାସ˚ଘର ବାଣିଜ୍ୟକ ସହଯୋଗୀ ତଥା ସ୍ପୋର୍ଟିଂ ସଲ୍ୟୁସନ୍‌ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ଚଢ଼ାଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଇନ୍‌ଡୋର ଷ୍ଟାଡିୟମକୁ ବୁଲି ଦେଖିଥିଲେ। ପ୍ରତିଯୋଗିତା ହେବା ସ୍ଥାନ, ଡ୍ରେସି˚ ରୁମ୍‌, ଗ୍ୟାଲେରି, ମିଡିଆ ଲାଉଞ୍ଜ, ଖେଳାଳି ଲାଉଞ୍ଜ, ଅଭ୍ୟାସ ସ୍ଥାନ ଇତ୍ୟାଦି ବୁଲି ଦେଖିଥିଲେ। ଷ୍ଟାଡିୟମ ବାହାରପଟେ ଥିବା ତୀରନ୍ଦାଜି ଅଭ୍ୟାସ ସ୍ଥଳରେ ଖେଳାଳିଙ୍କ ଵାର୍ମ ଅପ୍‌ ପାଇଁ ଏକ ସ୍ଥାନ ନିର୍ମାଣ କରାଯିବ। ମ୍ୟାଚ୍‌ର କିଛି ସମୟ ପୂର୍ବରୁ ସେଠାରେ ଵାର୍ମ ଅପ୍‌ କରିବା ପରେ ସେଠାରୁ ସୁଡ଼ଙ୍ଗ ଦ୍ବାରା ଖେଳାଳିମାନେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ। ତେବେ ଏହି ଵାର୍ମ ଅପ୍‌ ସ୍ଥାନ ଓ ସୁଡ଼ଙ୍ଗ ନିର୍ମାଣ କରିବାକୁ ସ୍ଥାନୀୟ ଆୟୋଜକଙ୍କ ସହିତ ଆଲୋଚନା କରାଯିବ ବୋଲି ଆଶିଷ ଚଢ଼ା ସୂଚନା ଦେଇଛନ୍ତି।

ଇନ୍‌ଡୋର ଷ୍ଟାଡିୟମ ପରେ ଖେଳାଳିଙ୍କ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ ପରିସରସ୍ଥିତ ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌କୁ ବ୍ୟବହାର କରାଯିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ ତେନ୍ଦୁଲକର ଇନ୍‌ଡୋର ହଲ୍‌କୁ ଏହି ପ୍ରତିନିଧି ଦଳ ପରିଦର୍ଶନରେ ଯାଇଥିବା ବେଳେ ସେଠାରେ ଦୁଇଟି ଅଭ୍ୟାସ ମ୍ୟାଟ ପକାଇବା ଲାଗି ପରାମର୍ଶ ଦିଆଯାଇଥିଲା। ଏହା ବ୍ୟତୀତ ଅଭ୍ୟାସ ସ୍ଥଳରେ ରହିଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଖି ପ୍ରତିନିଧି ଦଳ ସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିପୂର୍ବରୁ ସୋମବାର ପୂର୍ବାହ୍ନରେ ଭୁବନେଶ୍ବରସ୍ଥିତ ହୋଟେଲ ମେ’ ଫେୟାର, ସ୍ବସ୍ତି ପ୍ରିମିୟମ ଓ ଟ୍ରାଇଡେଣ୍ଟ ହୋଟେଲରେ ଖେଳାଳିଙ୍କ ରିହିବା ବ୍ୟବସ୍ଥା ତଦାରଖ କରାଯାଇଥିଲା। ପ୍ରତିଯୋଗିତା ପାଇଁ ପାଖାପାଖି ୪୦୦ ରୁମ୍‌ର ଆବଶ୍ୟକତା ରହିବ। ଫେବ୍ରୁଆରି ବେଳକୁ ଉକ୍ତ ତିନି ହୋଟେଲ୍‌ରେ ରହିବାରେ କିଛି ଅସୁବିଧା ହେବ ନାହିଁ ବୋଲି ଆଲୋଚନା ହୋଇଛି। ପରେ କ୍ରୀଡ଼ା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସଚିବ ବିଶାଲ ଦେବଙ୍କ ସହ ଆଉ ଏକ ବୈଠକ ବସିଥିଲା। ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଏହି ବୈଠକରେ ପ୍ରତିଶ୍ରୁତି ଦିଆଯାଇଛି। ତେବେ ଭାରତୀୟ ମହାସ˚ଘ ପ୍ରତିନିଧିଙ୍କ ରିପୋର୍ଟ ଉପରେ ସବୁକିଛି ନିର୍ଭର କରୁଛି। ତଥାପି ସେମାନେ ସନ୍ତୁଷ୍ଟ ଥିବାରୁ ଇନ୍‌ଡୋର ଷ୍ଟାଡିୟମରେ ପ୍ରତିଯୋଗିତା ଆୟୋଜନ ହେବାରେ କୌଣସି ସମସ୍ୟା ହେବ ନାହିଁ ବୋଲି ଓଡ଼ିଶା କୁସ୍ତି ସ˚ଘର ଭାରପ୍ରାପ୍ତ ସମ୍ପାଦକ ଦେବେନ୍ଦ୍ର ସାହୁ ଜଣାଇଛନ୍ତି।

ପରିଦର୍ଶନ ପରେ ଶ୍ରୀ ଚଢ଼ା ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରତିଯୋଗିତାକୁ ଆୟୋଜନ କରିବାରେ ବହୁତ ଅଗ୍ରହ ଦେଖାଇଛନ୍ତି। ଏଠାକାର ଭିତ୍ତିଭୂମି ବହୁତ ଭଲ। ଆଉ ଯାହା କିଛି ଆବଶ୍ୟକତା ରହିଛି, ସେ ସବୁକୁ ଆୟାଜକମାନେ ନିଶ୍ଚୟ ପୂରଣ କରିପାରିବେ ବୋଲି ସେ ଆଶାବାଦୀ। ଏ ସ˚ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦିଆଯିବା ପରେ ଯାହା କିଛି କୁହାଯାଇପାରିବ ବୋଲି ଶ୍ରୀ ଚଢ଼ା କହିଛନ୍ତି। ସୂଚନା ଯୋଗ୍ୟ, ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏଥିପୂର୍ବରୁ ଜାନୁଆରିରେ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେତେବେଳେ ଏଠାକାର ଭିତ୍ତିଭୂମି ଦେଖିବା ପରେ ଭାରତୀୟ କୁସ୍ତି ମହାସ˚ଘ ସଭାପତି ତଥା ସା˚ସଦ ବ୍ରିଜଭୂଷଣ ସରଣ ସି˚ହ ଏହାର ପ୍ରଶ˚ସା କରିବା ସହ ଅଗଷ୍ଟ ମାସରେ ରାଜ୍ୟ ସରକାରଙ୍କ ସହ ଏସୀୟ କୁସ୍ତି ପ୍ରତିଯୋଗିତା ଆୟୋଜନ ସ˚କ୍ରାନ୍ତରେ ଆଲୋଚନା କରିଥିଲେ। ଯେହେତୁ ଏହାର କିଛି ଦିନ ଆଗରୁ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ସଫଳତାର ସହ ଆୟୋଜନ ହୋଇଥିଲା, ତେଣୁ ଏସୀୟ କୁସ୍ତିକୁ ମଧ୍ୟ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ରାଜ୍ୟ ସରକାର ମହାସ˚ଘକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର