ଭୁବନେଶ୍ବର : ମାଲେସିଆର କୁଚିଙ୍ଗ୍ଠାରେ ୨୧ତମ ଏସୀୟ ମାଷ୍ଟର୍ସ ଦୌଡ଼କୁଦ ପ୍ରିତିଯୋଗିତା ଡିସେମ୍ବର ୨ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି। ଏଥିରେ ଭାଗ ନେବା ପାଇଁ ଭାରତୀୟ ମାଷ୍ଟର୍ସ ଦୌଡ଼କୁଦ ସଂଘ ଦ୍ବାରା ଓଡ଼ିଶାର ୮ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। ଏମାନେ ହେଲେ ସ୍ବର୍ଣ୍ଣପ୍ରଭା ମହାନ୍ତି (୬୦ ବର୍ଷରୁ ଅଧିକ, ୮୦ ମିଟର ହର୍ଡଲସ, ଟ୍ରିପଲ ଜମ୍ପ୍, ୩୦୦ ମିଟର ହର୍ଡଲ୍ସ), ନଗେନ୍ଦ୍ର ନାଥ ମିଶ୍ର (୬୦ ବର୍ଷରୁ ଅଧିକ, ୫ କିମି ଚାଲି), ଆନନ୍ଦ ଏକ୍କା (୫୫ ବର୍ଷରୁ ଅଧିକ, ଟ୍ରିପଲ୍ ଜମ୍ପ୍, ଲଙ୍ଗ୍ ଜମ୍ପ୍), କିଶୋର ଚନ୍ଦ୍ର ରଥ (୫୫ ବର୍ଷରୁ ଅଧିକ, ୧୦୦ ମିଟର ଦୌଡ଼, ଲଙ୍ଗ୍ ଜମ୍ପ୍, ଟ୍ରିପଲ ଜମ୍ପ୍), ଛୋଟୁ ସିଂହ (୪୫ ବର୍ଷରୁ ଅଧିକ, ୩୦୦ ମିଟର ଷ୍ଟିପଲ ଚେଜ୍, ୫୦୦୦ ମିଟର ଦୌଡ଼), ମଦନ କୁମାର ଶର୍ମା (୪୦ ବର୍ଷରୁ ଅଧିକ, ଜାଭେଲିନ୍ ଥ୍ରୋ, ୧୦୦ ମିଟର ଦୌଡ଼), ରାଜୀବ କୁମାର ପାଠକ (୪୫ ବର୍ଷରୁ ଅଧିକ, ୪୦୦ ଓ ୮୦୦ ମିଟର ଦୌଡ଼), ରାଜେନ୍ଦ୍ର ସାହୁ (୩୫ ବର୍ଷରୁ ଅଧିକ, ଡିସ୍କସ୍ ଥ୍ରୋ) ଏବଂ ଟୁକୁ ସେଠୀ (୩୫ ବର୍ଷରୁ ଅଧିକ, ୧୦୦ ଓ ୨୦୦ ମିଟର ଦୌଡ଼)। ଭାରତୀୟ ଦଳ ଆସନ୍ତା ୩୦ ତାରିଖ ଦିନ ମାଲେସିଆ ଅଭିମୁଖେ ଯାତ୍ରା କରିବ।
ଏସୀୟ ମାଷ୍ଟର୍ସ ଦୌଡ଼କୁଦ ୨ରୁ: ଭାରତୀୟ ଦଳରେ ଓଡ଼ିଶାରୁ ୮
/sambad/media/post_attachments/wp-content/uploads/2019/11/images-30.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)