ଭୁବନେଶ୍ୱର: ଇରାନ୍ର ହମେଦାନରେ ଚାଲିଥିବା ଏସୀୟ ନେସନ କପ୍ର ର୍ୟାପିଡ୍ ବର୍ଗ ପ୍ରତିଯୋଗିତା ଗୁରୁବାର ରାତିରେ ଶେଷ ହୋଇଛି। ମହିଳା ର୍ୟାପିଡରେ ଦ୍ୱିତୀୟ ସ୍ଥାନରେ ରହି ଓଡ଼ିଆ ଝିଅ ଆଇଏମ୍ ପଦ୍ମିନୀ ରାଉତ ରୌପ୍ୟ ପଦକ ହାସଲ କରିଛନ୍ତି। ଚୀନ ବିଜେତା ହୋଇଥିବାବେଳେ ଭାରତୀୟ ମହିଳା ଦ୍ୱିତୀୟ ସ୍ଥାନରେ ରହିଥିଲେ। ଭାରତୀୟ ଦଳରୁ ଗ୍ରାଣ୍ଡମାଷ୍ଟର ଦ୍ରୋନୋଭାଲି ହାରିକା, ଆଇଏମ୍ ପଦ୍ମିନୀ ରାଉତ, ଈଶା କାରାଭାଡେ, ଡବ୍ଲ୍ୟୁଆଇଏମ୍ ଆର୍ ବୈଶାଳୀ, ଅକାଂକ୍ଷା ହଗାଓ୍ଵାନେ ପ୍ରତିନିଧିତ୍ୱ କରିଥିଲେ। ଇରାନ୍ ଗ୍ରୀନ୍ ଦଳ ମହିଳା ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲା। ପୁରୁଷ ବିଭାଗରେ କିନ୍ତୁ ଭାରତୀୟ ଦଳ କାଂସ୍ୟ ପଦକ ହାସଲ କରିଛନ୍ତି। ଭାରତୀୟ ଦଳରୁ ୫ ଗ୍ରାଣ୍ଡମାଷ୍ଟର୍ ସୂର୍ଯ୍ୟଶେଖର ଗାଙ୍ଗୁଲି, ବି ଅଧିବନ, କୃଷ୍ଣନ ଶଶିକିରଣ, ଅଭିଜିତ୍ ଗୁପ୍ତା, ଏସ୍ପି ସେଥୁରମଣ ପ୍ରତିନିଧିତ୍ୱ କରିଥିଲେ। ଇରାନ୍ ଗ୍ରିନ୍ ଓ ଚୀନ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତି ନେଇଥିଲେ।
ଏସୀୟ ନେସନ୍ କପ୍ ଚେସ୍ ପଦ୍ମିନୀଙ୍କୁ ରୌପ୍ୟ
/sambad/media/post_attachments/wp-content/uploads/2018/07/8-Padmini-Rout.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)