ଏସିଆ-ପାସିଫିକ୍‌ କ୍ରୀଡ଼ାରେ ପାର୍ବତୀଙ୍କୁ ରୌପ୍ୟ

କଟକ: ମାଲେସିଆରେ ଚାଲିଥିବା ଏସିଆ-ପାସିଫିକ୍‌ ମାଷ୍ଟର୍ସ କ୍ରୀଡ଼ାରେ ଓଡ଼ିଶାର ପାର୍ବତୀ ସେଠୀ ମହିଳା ଡିସ୍‌କସ୍‌ରେ ରୌପ୍ୟ ପଦକ ଜିତିଛନ୍ତି। ୩୫ ବର୍ଷରୁ ଉର୍ଦ୍ଧ୍ୱ ବିଭାଗରେ ପାର୍ବତୀ ୧୨.୫୫ ମିଟର ଫିଙ୍ଗି ଏହି ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ ମଙ୍ଗୋଲିଆର ମାମୁ ପୂର୍ବୀ (୧୨.୫୭ ମିଟର) ସ୍ୱର୍ଣ୍ଣ, ଭାରତର ମନ୍‌ଜିତ କୌର (୧୧.୨୫ ମିଟର) କାଂସ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ରେଖା ଦେଇ ଓ ନମିତା ପଟେଲ ଅନ୍ୟତମ କ୍ରୀଡ଼ାବିତ୍‌ ଭାବେ ଭାଗ ନେଇଛନ୍ତି। ପାର୍ବତୀଙ୍କ ଏହି ସଫଳତା ପାଇଁ ଓଡ଼ିଶା ମାଷ୍ଟର୍ସ କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଶିବ ମିଶ୍ର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୧୫ ତାରିଖରେ ଶେଷ ହେବ।

ସମ୍ବନ୍ଧିତ ଖବର