ଏସିଆ-ପାସିଫିକ୍‌ ମାଷ୍ଟର୍ସ ଗେମ୍‌ସ:ରେଖାଙ୍କୁ ରୌପ୍ୟ

ସମ୍ବଲପୁର: ମାଲେସିଆର ପେନାଙ୍ଗଠାରେ ଚାଲିଥିବା ପ୍ରଥମ ଏସିଆ-ପାସିଫିକ୍‌ ମାଷ୍ଟର୍ସ ଗେମ୍‌ସରେ ଭାରତର ରେଖା ଦେ’ଙ୍କୁ ରୌପ୍ୟ ପଦକ ମିଳିଛି। ୪୦ ବର୍ଷରୁ ଊର୍ଧ୍ୱ ମହିଳା ବର୍ଗରେ ଭାଗ ନେଇ ସମ୍ବଲପୁରରୁ ଯାଇଥିବା ରେଖା ୨୦୦ ମିଟର ଦୌଡ଼ରେ ଦ୍ୱିତୀୟ ହୋଇ ରୌପ୍ୟ ପଦକ ଜିତିଛନ୍ତି। ଏହା ପୂର୍ବରୁ ସେ ୧୦୦ ମିଟର ଦୌଡ଼ରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଏହା ପୂର୍ବରୁ ଓଡ଼ିଶାରୁ ଯାଇଥିବା ଅନ୍ୟ ଦୁଇ ପ୍ରତିଯୋଗୀ ନମିତା ପଟେଲ ଏବଂ ପାର୍ବତୀ ସେଠୀ ମଧ୍ୟ ନିଜ ନିଜ ବର୍ଗରେ ସଟ୍‌ପୁଟ୍‌ରେ ରୌପ୍ୟ ପଦକ ଜିତିଛନ୍ତି। ରେଖାଙ୍କୁ ଓଡ଼ିଶା ମାଷ୍ଟର୍ସ ଗେମ୍‌ସ ଫେଡେରେସନ୍‌ ସଂପାଦକ ଶିବ ମିଶ୍ର, ଯୁଗଳ ପ୍ରସାଦ ସିଂହ ଏବଂ ରେଖାଙ୍କ ପ୍ରଶିକ୍ଷକ ଅନ୍ତର୍ଜାତୀୟ ମାଷ୍ଟର୍ସ ଆଥ୍‌ଲେଟ୍‌ ସୁନ୍ଦରମଣି ବାରିକ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର