ଭୁବନେଶ୍ବର: ଶୁକ୍ରବାରଠାରୁ କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ପ୍ରଥମ ଏସୀୟ ପେଣ୍ଟାକ୍ୟୁ ପ୍ରତିଯୋଗିତା ଆରମ୍ଭ ହୋଇଛି। । ଏସୀୟ ବାଉଲ୍ସ ସ୍ପୋର୍ଟସ କନ୍ଫେଡେରେସନ୍ ଆୟୋଜିତ ଏହି ଖେଳର ପ୍ରଥମ ଦିନରେ ଭାରତୀୟ ଦଳ ଯୁଗଳ ପରାଜୟ ବରଣ କରିଛି। ମହିଳା ବର୍ଗରେ କାମ୍ବୋଡ଼ିଆ ୧୩-୮ରେ ଭାରତ (୨)କୁ, ୧୩-୨ରେ ଇରାନକୁ, ୧୩-୧୦ରେ ମାଲେସିଆକୁ ହରାଇ ହ୍ୟାଟ୍ରିକ୍ ଅର୍ଜନ କରିଛି। ସେହିଭଳି ମାଲେସିଆ ଏବଂ ଇରାନ୍ ନିକଟରୁ ମଧ୍ୟ ଭାରତ (୨) ଦଳ ପରାଜୟ ବରଣ କରି ନିରାଶ ପାଇଛି। ପୁରୁଷ ବର୍ଗରେ ଭାରତ, ନେପାଳ, ମାଲେସିଆକୁ ହରାଇ ଥାଇଲାଣ୍ଡ ହ୍ୟାଟ୍ରିକ୍ ଅର୍ଜନ କରିଛି। ମାଲେସିଆ ଯଥାକ୍ରମେ ନେପାଳ ଓ ଇରାନକୁ ହରାଇଥିଲା। ଶେଷ ଲିଗ୍ରେ ଭାରତ (୧) ଦଳ ନେପାଳକୁ ୧୩-୩ରେ ହରାଇ ସାନ୍ତ୍ବନାମୂଳକ ବିଜୟ ହାସଲ କରିଛି। ଭାରତ ସହିତ ୮ ଦେଶର ଖେଳାଳି ଏଥିରେ ଭାଗ ନେଇଛନ୍ତି। ଭାରତୀୟ ଦଳରେ କିସ୍ରୁ ଦୁଇ ଜଣ ଅଭିରାମ ବାସ୍କେ ଏବଂ ଦିବ୍ୟଜ୍ୟୋତି କୁଲୁ ଖେଳୁଛନ୍ତି। ଶୁକ୍ରବାର ଏହି ପ୍ରତିଯୋଗିତାକୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଉଦ୍ଘାଟନ କରିଥିଲା ବେଳେ କିଟ୍ ରେଜିଷ୍ଟ୍ରାର ପ୍ରଫେସର ସସ୍ମିତା ସାମନ୍ତ, ଭାରତୀୟ ପେଣ୍ଟାକ୍ୟୁ ସଂଘର ସାଧାରଣ ସମ୍ପାଦକ ଭରତ ଜେ ଚୌହାନ, ଆୟକର ଅଧିକାରୀ ଦେବେନ୍ଦ୍ର କର, କିଟ୍ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।
ଏସୀୟ ପେଣ୍ଟାକ୍ୟୁ ପ୍ରତିଯୋଗିତା ଉଦ୍ଘାଟିତ
/sambad/media/post_attachments/wp-content/uploads/2018/11/18-Pantaque-Guests.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)