ଏସୀୟ ସୌଖୀନ ଚେସ୍‌ ପ୍ରତିଯୋଗିତାରେ ଭାଗନେବେ ଅପରାଜିତା

ଭୁବନେଶ୍ୱର: ଆନ୍ତର୍ଜାତିକ ଚେସ୍‌ ଖେଳାଳି ଅପରାଜିତା ଗୋଛିକାର ଆସନ୍ତାକାଲିଠାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡ୍‌ର ଚିଆଙ୍ଗ୍‌ ମାଇଠାରେ ଆୟୋଜିତ ହେବାକୁ ଯାଉଥିବା ଏସୀୟ ସୌଖୀନ ଚେସ୍‌ ପ୍ରତିଯୋଗିତାରେ ଭାଗ ନେବେ। ଏହି ଓଡ଼ିଆ ଖେଳାଳି ସର୍ବଭାରତୀୟ ଚେସ୍‌ ସଂଘ (ଏଆଇସିଏଫ୍‌) ଦ୍ୱାରା ଘୋଷିତ ୮ ଜଣିଆ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଅପରାଜିତାଙ୍କ ବ୍ୟତୀତ ଅନ୍ୟ ୭ ଜଣ ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ସ୍ଥାନ ପାଇଛନ୍ତି। ଏଠାରେ ସୂଚନଯୋଗ୍ୟ, ଅପରାଜିତା ଗତବର୍ଷ ଗ୍ରିସ୍‌ର ହଲ୍‌କିଦିକିଠାରେ ଆୟୋଜିତ ହୋଇଥିବା ବିଶ୍ୱ ସୌଖୀନ ଚେସ୍‌ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ। ଏକମାତ୍ର ଓଡ଼ିଆ ଭାବେ ଅପରାଜିତା ମଧ୍ୟ ସେହି ପ୍ରତିଯୋଗିତାରେ ଭାଗ ନେଇଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅପରାଜିତାଙ୍କୁ ଥାଇଲାଣ୍ଡ୍‌ ଗସ୍ତ ପୂର୍ବରୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଫ୍ରଫେସର ଅତ୍ୟୁତ ସାମନ୍ତ ଶୁଭେଚ୍ଚା ଜଣାଇଛନ୍ତି।

ସମ୍ବନ୍ଧିତ ଖବର