ଆଲୋର ସିତର୍ (ମାଲେସିଆ): ଭାରତୀୟ ବ୍ୟାଡମିଣ୍ଟନ୍ ଦଳ ପାଇଁ ଏଥର ଉବର କପ୍ ଯୋଗ୍ୟତା କଷ୍ଟକର ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟ ଭାବେ ବିବେଚିତ ଏସୀୟ ଦଳଗତ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ମହିଳାଙ୍କୁ କଷ୍ଟସାଧ୍ୟ ଗ୍ରୁପ୍ରେ ସ୍ଥାନ ମିଳିଛି। ଭାରତୀୟ ମହିଳାଙ୍କୁ ଗ୍ରୁପ୍ ‘ଡବ୍ଲ୍ୟୁ’ରେ ଶକ୍ତିଶାଳୀ ଜାପାନ, ହଂକଂ ସହିତ ରହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ ଗ୍ରୁପ୍ ‘ଡି’ରେ ଫିଲିପାଇନ୍ସ, ମାଳଦ୍ୱୀପ ଏବଂ ଇଣ୍ଡୋନେସିଆ ସହିତ ରହିଛନ୍ତି। ଏହି ପ୍ରତିଯୋଗିତା ଫେବ୍ରୁଆରି ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଛି। ଏହା ପରେ ମେ’ ମାସ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଥମାସ କପ୍ (ପୁରୁଷ) ଏବଂ ଉବର କପ୍ (ମହିଳା) ବ୍ୟାଙ୍କକ୍ରେ ଖେଳାଯିବ। ଉଭୟ ପ୍ରତିଯୋଗିତା ୩ଟି ଏକକ ଏବଂ ୨ ଯୁଗଳ ଦଳକୁ ନେଇ ଖେଳାଯିବ। ଭାରତୀୟ ବ୍ୟାଡ୍ମିଣ୍ଟନ୍ ସଂଘ (ବାଇ) ଏଥର ଏହି ସମ୍ମାନଜନକ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିଛି। ପୁରୁଷ ଦଳ ଅପେକ୍ଷାକୃତ ସହଜ ଗ୍ରୁପ୍ରେ ଥିବାରୁ ଯୋଗ୍ୟତା ଅର୍ଜ୍ଜନ ସମ୍ମାବନା ରହିଛି। ସେହିଭଳି ସାଇନା ନେହ୍ଵାଲଙ୍କ ଖେଳିବା ସ୍ପଷ୍ଟ ହୋଇନଥିବାରୁ ମହିଳା ଦଳ ପାଇଁ ଆଶଙ୍କା ରହିଛି।
କଷ୍ଟସାଧ୍ୟ ଗ୍ରୁପ୍ରେ ଭାରତୀୟ ମହିଳା
ଏସୀୟ ଦଳଗତ ବ୍ୟାଡ୍ମିଣ୍ଟନ୍
/sambad/media/post_attachments/wp-content/uploads/2018/01/badminton.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)