ଏସିଆ ଦଳଗତ ବ୍ୟାଡ୍‌ମିଣ୍ଟନ୍‌ରେ ଭାରତର ଅଭିଯାନ ଶେଷ

ନୂଆଦିଲ୍ଲୀ: ମାଲେସିଆର ଆଲୋର୍‌ ସେତାରରେ ଚାଲିଥିବା ଏସିଆ ଦଳଗତ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଯାଇଛି। କ୍ୱାର୍ଟର ଫାଇନାଲ୍‌ରେ ମହିଳାଙ୍କ ଭଳି ପୁରୁଷ ଦଳ ମଧ୍ୟ ପରାଜୟ ବରଣ କରିଛି। ମହିଳା ଦଳ ଇଣ୍ଡୋନେସିଆଠୁ ୧-୩ରେ ହାରିଥିଲା ବେଳେ ପୁରୁଷ ଦଳ ଚୀନ୍‌ ନିକଟରୁ ମଧ୍ୟ ସମାନ ୧-୩ ବ୍ୟବଧାନରେ ପରାସ୍ତ ହୋଇଛି। କିଦାମ୍ବି ଶ୍ରୀକାନ୍ତ ଏକା ଜିତିଥିଲା ବେଳେ ସାତ୍ୱିକ୍‌ ସାଇରାଜ୍‌ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି, ବି ସାଇ ପ୍ରଣୀତ ଏବଂ ମନୁ ଅତ୍ରି ଓ ବି ସୁମିତ୍‌ ରେଡ୍ଡୀ ଯୋଡ଼ି ହାରି ଯାଇଥିଲେ।

ସମ୍ବନ୍ଧିତ ଖବର