ନୂଆଦିଲ୍ଲୀ: ମାଲେସିଆର ଆଲୋର୍ ସେତାରରେ ଚାଲିଥିବା ଏସିଆ ଦଳଗତ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ରେ ପିଭି ସିନ୍ଧୁଙ୍କ ବିଜୟ ସତ୍ତ୍ୱେ ଭାରତୀୟ ମହିଳା ଦଳ ହାରିଯାଇଛି। ଶନିବାର ଇଣ୍ଡୋନେସିଆ ନିକଟରୁ ୧-୩ରେ ହାରିବା ପରେ ମହିଳା ଦଳର ଅଭିଯାନ ମଧ୍ୟ ଶେଷ ହୋଇଯାଇଛି। ଶୁକ୍ରବାର ଶେଷ ଗ୍ରୁପ୍ ମ୍ୟାଚ୍ରେ ଜାପାନଠୁ ହାରିଥିବା ଭାରତୀୟ ମହିଳା ଦଳ ପାଇଁ ସିନ୍ଧୁ ଏକମାତ୍ର ବିଜୟୀ ହୋଇଥିଲେ। ସେହିପରି ଶନିବାର କ୍ୱାର୍ଟର ଫାଇନାଲ୍ରେ ମଧ୍ୟ ସିନ୍ଧୁ ଏକା ହିଁ ବିଜୟ ପାଇଥିଲେ। ସେ ପ୍ରଥମ ଏକକ ମୁକାବିଲାରେ ଫିଟ୍ରିଆନି ଫିଟ୍ରିଆନିଙ୍କୁ ୨୧-୧୩, ୨୪-୨୨ରେ ପରାସ୍ତ କରିଥିଲେ। ହେଲେ ଏହାପରେ ଭାରତ ପରବର୍ତୀ ୩ ମ୍ୟାଚ୍ ହାରିଯାଇଥିଲା। ଅଶ୍ୱିନୀ ପୋନାପ୍ପା ଓ ଏନ୍ ସିକ୍କି ରେଡ୍ଡୀ ଯୋଡ଼ି ପ୍ରଥମ ଯୁଗଳରେ ଗ୍ରେସିଆ ପୋଲି ଓ ଅପ୍ରିୟାନୀ ରାହାୟୁଙ୍କ ନିକଟରୁ ୫-୨୧, ୧୬-୨୧ରେ ହାରିବା ପରେ ଦ୍ୱିତୀୟ ଏକକରେ ପ୍ରିୟା କୁଦାରଭାଲ୍ଲୀ ୮-୨୧, ୧୫-୨୧ରେ ହାନା ରାମାଦିନ୍ଙ୍କଠୁ ଏବଂ ଦ୍ୱିତୀୟ ଯୁଗଳରେ ସିନ୍ଧୁ ଓ ସାନ୍ୟୋଗୀତା ଘୋରପୋଡେ ଯୋଡ଼ି ୯-୨୧, ୧୮-୨୧ରେ ଆଙ୍ଗିଆ ସୀତା ଆଓ୍ଵାଣ୍ଡା- ମହାଦେବୀ ଇସ୍ତାରାଣୀ ଯୋଡ଼ି ନିକଟରୁ ହାରିବାର ଭାରତ ବିଦାୟ ରାସ୍ତା ଦେଖିଥିଲା।
ଏସିଆ ଦଳଗତ ବ୍ୟାଡ୍ମିଣ୍ଟନ: କ୍ୱାର୍ଟରରେ ହାରିଲେ ଭାରତୀୟ ମହିଳା
/sambad/media/post_attachments/wp-content/uploads/2018/02/3-Ankita-Karman-seal-Indias-win-over-Hong-Kong.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)