ଭୁବନେଶ୍ୱର: ଆସନ୍ତା ୪ରୁ ୯ ତାରିଖ ପର୍ଯ୍ୟନ୍ତ କେରଳର ଆଲେପିଠାରେ ଆୟୋଜିତ ହେବ ଏସୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା। ଭାରତୀୟ ଶକ୍ତିଉତ୍ତୋଳନ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଆୟୋଜକ ଦଳ ପକ୍ଷରୁ ଭାଗ ନେବେ ଦୁଇ ଜଣ ଓଡ଼ିଆ। ଏହି ଦୁଇ ଜଣ ହେଲେ ପ୍ରଦୀପ ପାତ୍ର (୬୬ କେଜି) ଓ ଅନୁପମା ସ୍ୱାଇଁ (୫୨ କେଜି)। ଗତ ସେପ୍ଟେମ୍ବର ମାସରେ ଦିଲ୍ଲୀଠାରେ ହୋଇଥିବା ଚୟନ ଶିବିରରେ ଉଭୟ ପ୍ରଦୀପ ଓ ଅନୁପମା ଏସୀୟ ପ୍ରତିଯୋଗିତା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ। ଉଭୟେ ଏବେ ଉତ୍କଳ କରାଟେ ସ୍କୁଲ୍ରେ ଅଭ୍ୟାସ ଚଳାଇଛନ୍ତି। ଉଭୟ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ପୁଲିସ୍ ବିଭାଗରେ କର୍ମନିଯୁକ୍ତି ପାଇଛନ୍ତି। ପ୍ରଦୀପ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ସାରିଥିଲା ବେଳେ ଅନୁପମା ପ୍ରଥମ ଥର ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବେ। କେରଳ ଏସୀୟ ପ୍ରତିଯୋଗିତାରେ ଉଭୟେ ପଦକ ହାସଲ କରିବେ ବୋଲି ଓଡ଼ିଶା ଶକ୍ତିଉତ୍ତୋଳନ ସଂଘର ସଭାପତି ତଥା ଗୁରୁ ହରିପ୍ରସାଦ ପଟ୍ଟନାୟକ ଓ ସଂପାଦକ ଚିତ୍ତରଞ୍ଜନ ସ୍ୱାଇଁ ଆଶା ବାନ୍ଧିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp