ଏସୀୟ ଯୁବ ଦିବ୍ୟାଙ୍ଗ କ୍ରୀଡ଼ାରେ ଓଡ଼ିଶାରୁ ଜୟନ୍ତୀ, ଶୁଭ୍ରଜିତ୍‌

ଭୁବନେଶ୍ୱର: ଦୁଇ ଓଡ଼ିଆ ଖେଳାଳି ଜୟନ୍ତୀ ବେହେରା ଏବଂ ଶୁଭ୍ରଜିତ ମହାରଣା ଏସୀୟ ଯୁବ (୨୨ ବର୍ଷରୁ କମ୍‌) ଦିବ୍ୟାଙ୍ଗ କ୍ରୀଡ଼ା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୁବାଇରେ ଅନୁଷ୍ଠିତ ହେବ। ଜୟନ୍ତୀ ଦୌଡ଼କୁଦ ଏବଂ ଶୁଭ୍ରଜିତ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାଗ ନେବେ। ଜୟନ୍ତୀ ପୂର୍ବରୁ ଚଳିତ ବର୍ଷ ସ୍ୱିଜରଲାଣ୍ଡ୍‌ରେ ହୋଇଥିବା କନିଷ୍ଠ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ୪୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୨୦୦ ମିଟରରେ ରୌପ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର