ଏସୀୟ କବାଡ଼ି: ଭାରତକୁ ଯୁଗଳ ଟ୍ରଫି

ଗର୍ଗାନ୍‌(ଇରାନ୍‌): ଇରାନ୍‌ର ଗର୍ଗାନ୍‌ରେ ଆୟୋଜିତ ଏସୀୟ କବାଡ଼ି ପ୍ରତିଯୋଗିତାରେ ଭାରତକୁ ଯୁଗଳ ଟ୍ରଫି ମିଳିଛି। ରବିବାର ଫାଇନାଲ୍‌ରେ ଉଭୟ ପୁରୁଷ ଏବଂ ମହିଳା ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀକୁ ମାତ୍‌ ଦେଇଥିଲେ। ପୁରୁଷରେ ଭାରତ ଚୀର ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩୬-୨୨ରେ ହରାଇଥିଲା। ମହିଳାରେ ଭାରତ ୪୨-୨୦ରେ ଦକ୍ଷିଣ କୋରିଆକୁ ହରାଇ ଟ୍ରଫି କରାୟତ କରିଥିଲା।

ସମ୍ବନ୍ଧିତ ଖବର