ନୂଆଦିଲ୍ଲୀ : ଭାରତୀୟ କନିଷ୍ଠ ମହିଳା ପିସ୍ତଲ ଦଳ କୋରିଆର ଡାଏଗୁଠାରେ ଚାଲିଥିବା ପଞ୍ଚଦଶ ଏସୀୟ ଏୟାରଗନ୍ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛି। ଅଲିମ୍ପିଆନ୍ ମନୁ ଭାକର, ଈଶା ସିଂହ ଓ ଶିଖା ନରୱାଲଙ୍କୁ ନେଇ ଗଠିତ ଏହି ଦଳ ୧୬-୧୨ରେ କିମ୍ ମିଂସେଓ, କିମ୍ ଜୁହୀ ଓ ୟାଙ୍ଗ ଜିନ୍ଙ୍କୁ ନେଇ ଗଠିତ କୋରିଆ ଦଳକୁ ପରାସ୍ତ କରିଥିଲେ। ଫଳରେ ଏହି ପ୍ରତିଯୋଗିତାରେ ଭାରତର ସ୍ବର୍ଣ୍ଣ ସଂଖ୍ୟା ୨୩ରେ ପହଞ୍ଚିଛି। ତେବେ ରିଦିମ ସାଙ୍ଗୱାନ, ପଲକ ଓ ୟୁବିକା ତୋମାରଙ୍କୁ ନେଇ ଗଠିତ ଭାରତୀୟ ମହିଳା ୧୦ ମିଟର ପିସ୍ତଲ ଦଳ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା। ସ୍ବର୍ଣ୍ଣ ମୁକାବିଲାରେ ଏହି ଦଳ ୧୨-୧୬ରେ କୋରିଆର କିମ୍ ଜାଙ୍ଗମି, କିମ ବୋମି ଓ ୟୁ ହ୍ୟୁଁୟଙ୍ଗଙ୍କଠୁ ହାରି ଯାଇଥିଲା।
ଏସୀୟ ଏୟାରଗନ: ଭାରତୀୟ କନିଷ୍ଠ ମହିଳା ପିସ୍ତଲ ଦଳକୁ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2022/11/air-gun-1.jpg)