ଏସୀୟ ଏୟାରଗନ: ୨୫ ସ୍ବର୍ଣ୍ଣ ସହ ଭାରତର ଅଭିଯାନ ଶେଷ

ନୂଆଦିଲ୍ଲୀ : କୋରିଆର ଡାଏଗୁଠାରେ ଚାଲିଥିବା ପଞ୍ଚଦଶ ଏସୀୟ ଏୟାରଗନ୍‌ ପ୍ରତିଯୋଗିତାରେ ଭାରତ ଶୁକ୍ରବାର ତା’ର ଆଧିପତ୍ୟଭରା ଅଭିଯାନ ଶେଷ କରିଛି। ଶେଷ ଦିନ ଆଉ ୨ ସ୍ବର୍ଣ୍ଣ ଜିତିଥିବା ଭାରତ ମୋଟ ଉପରେ ୨୫ ସ୍ବର୍ଣ୍ଣ ପଦକ ହାସଲ କରିଛି। ଶେଷଦିନ ୧୦ ମିଟର ଏୟାର ପିସ୍ତଲ କନିଷ୍ଠ ମିଶ୍ରିତ ଦଳ ପାଇଁ ମନୁ ଭାକେର ଓ ସମ୍ରାଟ୍‌ ରାଣା ଏବଂ ବରିଷ୍ଠ ବର୍ଗରେ ରିଦିମ ସାଙ୍ଗୱାନ୍‌ ଓ ବିଜୟବୀର ସିଦ୍ଧୁ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ। ମନୁ ଓ ସମ୍ରାଟ୍‌ ଫାଇନାଲ୍‌ରେ ଉଜ୍‌ବେକିସ୍ତାନକୁ ୧୭-୩ରେ ପରାସ୍ତ କରିଥିଲା ବେଳେ ସାଙ୍ଗୱାନ୍‌ ଓ ସିଦ୍ଧୁ ଫାଇନାଲ୍‌ରେ ୧୭-୩ରେ କା‌ଜାଖସ୍ତାନକୁ ପରାସ୍ତ କରିଥିଲେ। ଫଳରେ ୮ ଦିନ ଧରି ୨୮ ଇଭେଣ୍ଟ୍‌ରେ ପ୍ରତିଦ୍ବନ୍ଦ୍ବିତାରୁ ଭାରତ ମୋଟ ୨୫ରେ ସ୍ବର୍ଣ୍ଣିମ ସଫଳତା ହାତେଇଥିଲା‌।

ସମ୍ବନ୍ଧିତ ଖବର