ସମ୍ବଲପୁର: ୧୧ତମ ଏସୀୟ ଆକ୍ବାଟିକ୍ ଚାମ୍ପିଅନ୍ସିପ୍ ନିମନ୍ତେ ଭାରତୀୟ ଦଳ ଚୟନ ପାଇଁ ହେବାକୁ ଥିବା ତାଲିମ ଶିବିରରେ ୨ ଜଣ ଓଡ଼ିଆ ସନ୍ତରଣକାରୀଙ୍କୁ ସୁଯୋଗ ମିଳିଛି। ଭାରତୀୟ ସନ୍ତରଣ ମହାସଂଘ ଓଡ଼ିଶାର ଦୁଇ ଉଦୀୟମାନ ଜଳ କ୍ରୀଡ଼ାବିତ୍ ସ୍ରିଷ୍ଟି ଉପାଧ୍ୟାୟ ଏବଂ ମନ୍ନତା ମିଶ୍ରଙ୍କୁ ଭାରତୀୟ ଦଳର ତାଲିମ ଶିବିର ପାଇଁ ମନୋନୀତ କରିଛି। ୧୧ତମ ଏସୀୟ ଅାକ୍ବାଟିକ୍ ଚାମ୍ପିଅନ୍ସିପ୍ ସେପ୍ଟେମ୍ବର ୨୮ରୁ ଅକ୍ଟୋବର୍ ୧ ତାରିଖ ପର୍ଯ୍ୟନ୍ତ ଅହମଦାବାଦରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ୧ ମାସ ଧରି ତାଲିମ ଶିବିର ଚାଲିବ।
ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ତରଫରୁ ଜାରି ଏକ ପ୍ରେସ୍ ବିବୃତିରେ ଏହି ସୂଚନା ଦିଆଯାଇଛି। ସଂଘର ସଭାପତି ପ୍ରଦୀପ ପାଢ଼ୀ, ସାଧାରଣ ସଂପାଦକ ଗୋଲାପମଣି ମହାନ୍ତ, କୋଷାଧ୍ୟକ୍ଷ ବିଜୟ ଦୀକ୍ଷିତ, ଯୁଗ୍ମସଂପାଦକ ଲକ୍ଷ୍ମୀଚନ୍ଦ୍ର ମହାକୁଡ଼ ଏବଂ ଅନ୍ୟ ସଦସ୍ୟମାନେ ଉଭୟ ସନ୍ତରଣକାରୀଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଓ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ସନ୍ତରଣରେ ଏହା ଏକ ନୂଆ ମାଇଲଖୁଣ୍ଟ ଯୋଡ଼ିଛି ବୋଲି ସଂଘ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/23/dgddgdg-2025-08-23-02-59-48.jpg)