ଏସୀୟ ସୁନ୍ଦରସ୍ବାସ୍ଥ୍ୟରେ ତରୁଣଙ୍କୁ ସ୍ବର୍ଣ୍ଣ, ବିଚିତ୍ରଙ୍କୁ ରୌପ୍ୟ

ଭୁବନେଶ୍ବର: ମାଳଦୀପର ମାଫୁସିରେ ଆୟୋଜିତ ୫୪ତମ ଏସୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାର ତରୁଣ କୁମାର ଚାଟାର୍ଜୀ ଓ ବିଚିତ୍ର ନାୟକ ପଦକ ଜିତିଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ବ ମାଷ୍ଟର୍ସ ବର୍ଗରେ ତରୁଣ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ୬୫ କେଜି ଓଜନ ବର୍ଗରେ ବିଚିତ୍ର ରୌପ୍ୟ ପଦକ କରାୟତ୍ତ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୫ ଜଣ ଅଂଶ ଗ୍ରହଣ କରିଥିଲେ। ଓଡ଼ିଶା ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ ଓ କାର୍ଯ୍ୟକାରୀ ଉପସଭାପତି ବାବୁଲି ଚରଣ ସ୍ବାଇଁ ବିଚାରକ ଭାବେ ଏଥିରେ ଭାଗ ନେଇଥିଲେ। ସଫଳତା ଲାଗି ତରୁଣ ଓ ବିଚିତ୍ରଙ୍କୁ ସଂଘର ମୁଖ୍ୟ ଉପଦେଷ୍ଟା ମାନଜ ରଂଜନ ମହାପାତ୍ର, ସଭାନେତ୍ରୀ ଶ୍ରୀମତୀ ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର