ଭୁବନେଶ୍ବର: ଇଣ୍ଡୋନେସିଆର ବାଟମଠାରେ ରବିବାରର ଶେଷ ହୋଇଥିବା ୫୬ତମ ଏସୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ଚମକ ଦେଖିବାକୁ ମିଳିଛି। ଓଡ଼ିଶା ସୁନ୍ଦରସ୍ବାସ୍ଥ୍ୟ ସଂଘ ପକ୍ଷରୁ ୫ ଜଣ ଭାଗ ନେଇଥିବା ବେଳେ ୩ ଜଣ ପଦକ ଜିତି ଫେରିଛନ୍ତି। ଜଗନ୍ନାଥ ଖୁଣ୍ଟିଆ ୭୫ କିଲୋଗ୍ରାମ ଓଜନ୍ ବର୍ଗରେ ରୌପ୍ୟ ପଦକ ଜିତିଥିବା ବେଳେ ବାଦଲ ବେହେରା ୭୦ କିଲୋଗ୍ରାମ ଓଜନ ବର୍ଗରେ ଏବଂ ସୌର ଅମ୍ଲାନଜ୍ୟୋତି ମହାନ୍ତି ୬୦ କିଲୋଗ୍ରାମ ଓଜନ୍ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ଶୁଭକାନ୍ତ ମଲ୍ଲିଆ ୫୫ କିଲୋଗ୍ରାମ ଓଜନ ବର୍ଗରେ ଚତୁର୍ଥରେ ରହି ଅଳ୍ପକେ କାଂସ୍ୟ ପଦକରୁ ବଞ୍ଚିତ ହୋଇଛନ୍ତି। ବିଗତ ୩ ବର୍ଷ ଧରି ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରି ପଦକ ଜିତିବାରେ ସମର୍ଥ ହେଉଛନ୍ତି। ଖେଳାଳମାନଙ୍କୁ ଓଡ଼ିଶା ରାଜ‌୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାପତି ‌ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ଉପଦେଷ୍ଠା କମିଟି ଅଧ୍ୟକ୍ଷ ମାନସ ରଂଜନ ମହାପାତ୍ର, ଉପଦେଷ୍ଠା ଡକ୍ଟର ହରିପ୍ରସାଦ ପଟ୍ଟନାୟକ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।