ଦୁବାଇ: ଚଳିତ ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ୧୦ ଭାରତୀୟ ମହିଳା ଯୋଦ୍ଧା ପଦକ ପକ୍କା କରିଛନ୍ତି। ଦ୍ବିତୀୟ ଦିନରେ ସିମ୍ରନଜିତ କୌର (୬୦ କେଜି), ସାକ୍ଷୀ (୫୪ କେଜି), ଜସ୍ମିନ (୫୭ କେଜି) ନିଜ ନିଜ ମ୍ୟାଚ୍ ଜିତି ସେମିଫାଇନାଲ୍ରେ ପ୍ରବେଶ କରି ପଦକ ପକ୍କା କରିଥିଲେ। ତେବେ ଅନ୍ୟ ୭ ଯୋଦ୍ଧା ଏମ୍ସି ମେରିକମ (୫୧ କେଜି), ଲାଲବୌତସାହି (୬୪ କେଜି), ଲଭଲିନ ବୋରାଁ (୬୯ କେଜି), ପୂଜା ରାଣୀ (୭୫ କେଜି), ମୋନିକା (୪୮ କେଜି), ସ୍ବିଟି (୮୧ କେଜି) ଓ ଅନୁପମା (୮୧+ କେଜି) ସିଧାସଳଖ ସେମିଫାଇନାଲ୍ ଖେଳୁଥିବାରୁ ଏମାନଙ୍କ ପଦକ ନିଶ୍ଚିତ ରହିଛି। ସିମ୍ରନଜିତ ୪-୧ରେ ଉଜବେକିସ୍ତାନର ରାୟଖୋନା କୋଦିରୋଭାଙ୍କୁ, ସାକ୍ଷୀ ୫-୦ରେ ତାଜିକସ୍ତାନର ରୁହାଫଜୋ ହାକାଜାରୋଭାଙ୍କୁ ଏବଂ ଜସ୍ମିନ ୪-୧ରେ ମୋଙ୍ଗଲିଆର ୟୁତ୍ସେଗ ୟେସୁଗେନଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ପୁରୁଷ ବର୍ଗରେ ସଞ୍ଜୀତ (୯୧ କେଜି) ଓ ଶିବ ଥାପା (୬୪ କେଜି) ସେମିଫାଇନାଲ୍ରେ ପ୍ରବେଶ କରି ଦେଶ ପାଇଁ ଆଉ ଦୁଇ ପଦକ ପକ୍କା କରିଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ୧୭ ଦେଶରୁ ୧୫୦ ପ୍ରତିଯୋଗୀ ଭାଗନେଇଛନ୍ତି।
ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିେଯାଗିତା: ଭାରତୀୟ ମହିଳାଙ୍କ ୧୦ ପଦକ ପକ୍କା48
/sambad/media/post_attachments/wp-content/uploads/2021/05/fs465h4sf56h4f5s6hhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)