ଏସୀୟ ମୁଷ୍ଟିଯୁଦ୍ଧରେ ମନୋଜଙ୍କୁ କାଂସ୍ୟ

ନୂଆଦିଲ୍ଲୀ: ଦୁବାଇରେ ଚାଲିଥିବା ଏସିଆନ୍ କୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତର ମନୋଜ କୃଷ୍ଣ (୬୯ କିଲୋଗ୍ରାମ) କାଂସ୍ୟ ପଦକ ଜିତିଛନ୍ତି। ସେହିଭଳି ଅମିତ ପଙ୍ଘଲ ଓ ଶିବ ଥାପ୍ପାଙ୍କ ସହ ସଂଜିତ (୯୧ କିଲୋଗ୍ରାମ) ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ପଙ୍ଗଲ ଶୁକ୍ରବାରର ସେମିଫାଇନାଲ୍‌ରେ କାଜାଖସ୍ତାନର ସାକେନ ବିବୋସିନୋଭଙ୍କୁ ଏକତରଫା ଭାବେ ୫-୦ରେ ପରାସ୍ତ କରିଥିଲେ। ସେହିଭଳି ପ୍ରଥମ ଭାରତୀୟ ମୁଷ୍ଟିଯୋଦ୍ଧା ଭାବେ ଏସିଆନ୍ ମୁଷ୍ଟିଯୁଦ୍ଧରେ ୫ ପଦକ ଜିତିଥିବା ଥାପ୍ପା ଟପ୍ ସିଡ୍ ତଥା ଗତଥର ବିଜେତା ତାଜିକିସ୍ତାନର ବଖୋଦୁର ଉସମୋନୋଭଙ୍କୁ ୪-୦ ବ୍ୟବଧାନରେ ଅତି ସହଜରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଲଢ଼େଇ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ଅନ୍ୟପକ୍ଷରେ ସଂଜିତ ଗତ ସଂସ୍କରଣର ରୌପ୍ୟ ପଦକ ବିଜେତା ଉଜବେକିସ୍ତାନର ସଂଜର ତୁର୍ସୁ‌ନୋଭଙ୍କୁ ୫-୦ରେ ପରାସ୍ତ କରି ଫାଇନାଲ୍ ଟିକେଟ ହାସଲ କରି ନେଇଥିଲେ। ଅନ୍ୟପକ୍ଷରେ ଏକ ବିଭାଜିତ ନିଷ୍ପତ୍ତିରେ ଟପ୍ ସିଡ୍ ତଥା ଗତଥରର ସ୍ବର୍ଣ୍ଣ ପଦକ ବିଜେତା ଉଜବେକିସ୍ତାନର ବାତୁରୋଭ ଉସମାନଙ୍କଠାରୁ ହାରି କାଂସ୍ୟ ପଦକ‌ରେ ସନ୍ତୁଷ୍ଟ ରହିଥି‌‌ଲେ।

ସମ୍ବନ୍ଧିତ ଖବର