ଭୁବନେଶ୍ବର : ଉଜ୍ବେକିସ୍ତାନରେ ଚାଲିଥିବା ଏସୀୟ କାନୋସ୍ପ୍ରିଣ୍ଟର ତୃତୀୟ ଦିନରେ ଭାରତକୁ ୪ ସ୍ବର୍ଣ୍ଣ ସହ ମୋଟ୍ ୯ ପଦକ ମିଳିଛି। ୨୩ ବର୍ଷରୁ କମ୍ ୧୦୦୦ ମିଟର ସି-୨ରେ ଅର୍ଜୁନ ସିଂହ ଓ ନିରଜ ବର୍ମାଙ୍କୁ ରୌପ୍ୟ, ୨୦୦ ମିଟର ସି-୨ରେ ରିବାସନ୍ ସିଂହ ଓ ଜ୍ଞାନେଶ୍ବର ସିଂହଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। କନିଷ୍ଠ ମହିଳା ୨୦୦ ମିଟର ସି-୧ରେ ମେଘା ପ୍ରଦୀପ୍ କାଂସ୍ୟ ପଦକ ପାଇଛନ୍ତି।
ଅନ୍ୟପକ୍ଷରେ ପାରା କାନୋ ମହିଳା ୨୦୦ ମିଟର କେଏଲ୍-୧ ଓ ଭିଏଲ୍-୧ ରେ ପୂଜା ଓଝାଙ୍କୁ ଦୁଇଟି ସ୍ବର୍ଣ୍ଣ ମିଳିଥିଲା ବେଳେ କେଏଲ୍-୨ରେ ପ୍ରାଚୀ ଯାଦବଙ୍କୁ ରୌପ୍ୟ ଓ ରଜନୀ ଝା’ଙ୍କୁ କାଂସ୍ୟ, ୨୦୦ ମିଟର ପୁରୁଷ ଭିଏଲ୍-୧ରେ ସୁରେନ୍ଦର କୁମାରଙ୍କୁ ସ୍ବର୍ଣ୍ଣ, ଭିଏଲ୍-୨ରେ ସଂଜୀବ କୋଟିୟାଙ୍କୁ ରୌପ୍ୟ ଓ ଗଜେନ୍ଦ୍ର ସିଂହଙ୍କୁ କାଂସ୍ୟ, କେଏଲ୍-୧ରେ ୟଶ କୁମାରଙ୍କୁ କାଂସ୍ୟ ପଦକ ମିଳିଛି।