ଜୋର୍ଡାନ୍‌ରେ ସ୍ବର୍ଣ୍ଣ ବର୍ଷା: ଲଭ୍‌ଲିନା, ପ୍ରବୀଣ, ସ୍ବିଟି, ଅଲ୍‌ଫିଆଙ୍କୁ ଏସୀୟ ମୁକୁଟ

‌ଅମାନ (ଜୋର୍ଡାନ) : ଏଠାରେ ଚାଲିଥିବା ଏସୀୟ ମୁଷ୍ଟି‌ଯୁଦ୍ଧ ପ୍ରତିଯୋଗିତ‌ାରେ ଶୁକ୍ରବାର ଭାରତୀୟ ମହିଳା ମୁଷ୍ଟିଯୋଦ୍ଧାମାନେ ସ୍ବର୍ଣ୍ଣ ବର୍ଷା କରିଛନ୍ତି। ଶୁକ୍ରବାର ଫାଇନାଲ୍‌ରେ ୫ ଜଣ ଭାରତୀୟ ପ୍ରତିଦ୍ବନ୍ଦ୍ବିତା କରିଥିଲା ବେଳେ ୪ ଜଣ ସ୍ବର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ଶନିବାର ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ଲଭ୍‌ଲିନା ବୋର୍ଗୋହେଁ (୭୫ କେଜି)ଙ୍କ ସହ ବିଶ୍ବ କାଂସ୍ୟ ବିଜୟିନୀ ପ୍ରବୀଣ ହୁଡ଼ା (୬୩ କେଜି), ସ୍ବିଟି (୮୧ କେଜି) ଓ ଅଲ୍‌ଫିୟା ଖାନ (୮୧+ କେଜି) ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ମିନାକ୍ଷୀ (୫୨ କେଜି) ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ।

ପ୍ରଥମ ଥର ଲାଗି ୭୫ କେଜି ବର୍ଗରେ ଭାଗ ନେଇଥିବା ଲଭ୍‌ଲିନା ଫାଇନାଲ୍‌ରେ ଉଜ୍‌ବେକିସ୍ତାନର ରୁଜମେତୋଭା ସୋଖିବାଙ୍କୁ ପରାସ୍ତ କରିଥିଲେ। ଏହା ତାଙ୍କର ତୃତୀୟ ଏସୀୟ ପଦକ। ୨୦୧୭ ଓ ୨୦୨୧ରେ ସେ କାଂସ୍ୟ ପଦକ ଜିତିଥିଲେ। ପ୍ରବୀଣ ୫-୦ରେ ଜାପାନର କିତୋ ମାଇଙ୍କୁ ହରାଇ ପ୍ରଥମ ଥର ଲାଗି ଏସୀୟ ସ୍ବର୍ଣ୍ଣ ପଦକ ପାଇଥିଲେ। ସେହିପରି ସ୍ବିଟି କାଜଖସ୍ତାନର ଗୁଲସାୟା ୟରଝାନଙ୍କୁ ଏବଂ ଅଲ୍‌ଫିଆ ଜୋର୍ଡାନର ଇସ୍‌ଲାମ ହୁସାଇଲିଙ୍କୁ ହରାଇ ଥିଲେ। ତେବେ ସ୍ବର୍ଣ୍ଣ ମୁକାବିଲାରେ ମିନାକ୍ଷୀ ୧-୪ରେ ଜାପାନର କିନୋଶିତା ରିଙ୍କାଙ୍କଠୁ ହାରିଯାଇଥିଲେ।

ସମ୍ବନ୍ଧିତ ଖବର