ନୂଆଦିଲ୍ଲୀ : ଆଗାମୀ ୨୦୨୭ ଏଏପ୍ସି ଏସୀୟ କପ୍ ଆୟୋଜନ ପାଇଁ ଭାରତ ଆଗ୍ରହ ଦେଖାଇଛି। ଫଳରେ ଏଥିପାଇଁ ଦାବି ଉପସ୍ଥାପନ କରିଥିବା ମୋଟ ୫ ରାଷ୍ଟ୍ର ମଧ୍ୟରେ ଭାରତ ସାମିଲ ହୋଇଛି ବୋଲି ଏସୀୟ ଫୁଟ୍ବଲ୍ ମହାସଂଘ (ଏଏପ୍ସି) ବୁଧବାର ସୂଚନା ଦେଇଛି। ଏବର ବିଜେତା ତଥା ୨୦୨୨ ବିଶ୍ବ କପ୍ ଆୟୋଜକ କାତାର ମଧ୍ୟ ଏହି ଦୌଡ଼ରେ ରହିଛି। କାତାର ଓ ଭାରତ ବ୍ୟତୀତ ଇରାନ, ସାଉଦି ଆରବ ଏବଂ ଉଜ୍ବେକିସ୍ତାନ ମଧ୍ୟ ଆୟୋଜନ ପାଇଁ ଦାବି ଜଣାଇଛନ୍ତି। ଏବେ ଏନେଇ ଏଏଫ୍ସି ଦାବିଦାର ଥିବା ପ୍ରତ୍ୟେକ ସଦସ୍ୟ ସଂଘ ସହ ଆଲୋଚନା କରି ସେମାନଙ୍କ ଆବଶ୍ୟକୀୟ ନଥିପତ୍ର ଦାଖଲ କରିବାକୁ କହିବ। ୨୦୨୧ରେ ଆୟୋଜକଙ୍କ ନାମ ଘୋଷଣା କରାଯିବ ବୋଲି ଏଏଫ୍ସି କହିଛି। ଗତବର୍ଷ ସଂସ୍କରଣକୁ ୟୁଏଇ ଆୟୋଜନ କରିଥିଲା ବେଳେ ଆଗାମୀ ୨୦୨୩ ସଂସ୍କରଣକୁ ଚୀନ୍ ଆୟୋଜନ କରିବ ବୋଲି ଏଏଫ୍ସି ସଭାପତି ସେକ୍ ସଲ୍ମନ ବିନ୍ ଇବ୍ରାହିମ୍ ଅଲ୍ ଖଲିଫା କହିଛନ୍ତି। ଏହା ପୂର୍ବରୁ କାତାର ୧୯୮୮ ଏବଂ ୨୦୧୧ରେ ଆୟୋଜକ ରହିଥିଲା ବେଳେ ଇରାନ ୧୯୬୮ ଓ ୧୯୭୬ରେ ଆୟୋଜନ କରିଥିଲା। ସଂଯୋଗବଶତଃ ଉଭୟ ଥର ମଧ୍ୟ ଇରାନ ବିଜେତା ହୋଇଥିଲା। ଅନ୍ୟପକ୍ଷରେ ଭାରତ ଗତମାସରେ ୨୦୨୨ ମହିଳା ଏସିଆ କପ୍ ଆୟୋଜନ ଅଧିକାର ପାଇଛି।
୨୦୨୭ ଏସୀୟ କପ୍ ଫୁଟ୍ବଲ୍ ଆୟୋଜନ ଦୌଡ଼ରେ ଭାରତ
/sambad/media/post_attachments/wp-content/uploads/2020/07/AFC-Asian-Cup-1280x720.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)