ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ମଙ୍ଗଳବାର ଏସୀୟ କ୍ରୀଡ଼ା ଲାଗି ୫୨୪ ଜଣିଆ ଦଳ ଘୋଷଣା କରିଛି। ଏସୀୟ କ୍ରୀଡ଼ା ଇଣ୍ଡୋନେସିଆର ଜାକର୍ତା ଓ ପାଲେମ୍ବାଙ୍ଗ୍ରେ ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଭାରତୀୟ ପ୍ରତିଯୋଗୀଙ୍କ ସଂଖ୍ୟା ସର୍ବାଧିକ ଥିଲା ବେଳେ ଆଥ୍ଲେଟିକ୍ସରେ ମଧ୍ୟ ସର୍ବାଧିକ ସଂଖ୍ୟକ ୫୨ ପ୍ରତିଯୋଗୀ ଭାଗ ନେବେ। ଏଥର ଏହି କ୍ରୀଡ଼ାର ମୋଟ ୩୬ ଶୃଙ୍ଖଳରେ ୨୭୭ ପୁରୁଷ ଏବଂ ୨୪୭ ମହିଳା ଭାରତୀୟ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ଗତ ସଂସ୍କରଣରେ ୨୮ ଶୃଙ୍ଖଳରେ ମୋଟ ୫୪୧ ଭାରତୀୟ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ହେଲେ ଚଳିତ ବର୍ଷ ୮ ଅଧିକ କ୍ରୀଡ଼ା ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ ମଧ୍ୟ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ସଂଖ୍ୟ ପୂର୍ବ ଅପେକ୍ଷା କମ୍ ରହିଛି। ଚଳିତ ବର୍ଷ ଏସୀୟ କ୍ରୀଡ଼ାରେ କରାଟେ, କୁରାସ, ପେନ୍ଚାକ୍ ସିଲାଟ, ରୋଲର ସ୍କେଟିଂ, ସାମ୍ବୋ, ସିପକ୍ଟାକ୍ରୋ, ଟ୍ରାଏଥଲନ ଏବଂ ସଫ୍ଟ ଟେନିସ୍ ଭଳି ଖେଳ ସାମିଲ ହୋଇଛି।
ଏସୀୟ କ୍ରୀଡ଼ା ଲାଗି ୫୨୪ ଜଣିଆ ଭାରତୀୟ ଦଳ
/sambad/media/post_attachments/wp-content/uploads/2018/07/x-Asian_Games_logo_svg.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)