ଏସୀୟ କ୍ରୀଡ଼ା ୨୦୧୮ରେ ଭାରତକୁ ତୃତୀୟ ପଦକ; ଏୟାର୍‌ ରାଇଫଲ୍‌ ସୁଟିଙ୍ଗ୍‌ରେ ରୌପ୍ୟ ଜିଣିଲେ ଦୀପକ କୁମାର

ପାଲେମ୍‌ବାଙ୍ଗ୍‌: ପୁରୁଷ ୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ସୁଟିଙ୍ଗ୍‌ ପ୍ରତିଯୋଗିତାରେ ଭାରତୀୟ ସୁଟର୍‌ ଦୀପକ କୁମାର ସୋମବାର ଦିନ ରୌପ୍ୟ ପଦକ ଜିଣିଛନ୍ତି।
ବନ୍ଦର ନଗରୀ ଅନ୍ତର୍ଗତ ଜେଏସ୍‌ସି ସୁଟିଙ୍ଗ୍‌ ରେଞ୍ଜ୍‌ରେ ଦୀପକ ୨୪୭. ୭ ସୁଟିଙ୍ଗ୍‌ କରି ପୋଡିୟମ୍‌ର ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୪୯. ୧ ସୁଟିଙ୍ଗ୍‌ କରି ଚୀନ୍‌ର ହାଓରାନ୍‌ ୟାଙ୍ଗ୍‌ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି।
ଚୀନ୍‌ର ତାଇପେଇ ବାସିନ୍ଦା ଶାଓଚୁଆନ୍‌ ଲୁ ୨୨୬. ୮ ସୁଟିଙ୍ଗ୍‌ କରି କାଂସ୍ୟ ପଦକ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର