ଏସୀୟ କ୍ରୀଡ଼ା: ୬ଷ୍ଠ ଦିନରେ ୭ ପଦକ, ଟେନିସ୍‌ ସିଙ୍ଗିଲସ୍‌ରେ କାଂସ୍ୟ ପଦକ

ଜାକର୍ତ୍ତା: ଭାରତର ଟେନିସ୍‌ ଖେଳାଳି ପ୍ରଜନେଶ ଗୁଣେଶ୍ୱରଣଙ୍କୁ ପୁରୁଷ ସିଙ୍ଗିଲସ୍‌ ସେମିଫାଇନାଲରେ ପରାସ୍ତ ହେବାକୁ ପଡ଼ିଛି। ସେ ଉଜିବେକିସ୍ତାନର ଡେନିସ ଇଷ୍ଟୋମିନଙ୍କ ଠାରୁ ୬-୨, ୬-୨ରେ ପରାସ୍ତ ହୋଇ କାଂସ୍ୟ ପଦକ ହାସଲ କରିଛନ୍ତି।

ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ଶୁକ୍ରବାର ୬ଷ୍ଠ ଦିନ ପର୍ଯ୍ୟନ୍ତ ଭାରତକୁ ୭ଟି ପଦକ ମିଳିଛି। ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ୬ଷ୍ଠ ଦିନ ପର୍ଯ୍ୟନ୍ତ ୨୫ଟି ପଦକ ମିଳିଛି। ଏଥରେ ସାମିଲ ଅଛି ୬ଟି ସ୍ୱର୍ଣ୍ଣ ଓ ୫ଟି ରୌପ୍ୟ ପଦକ। ପଦକ ତାଲିକାରେ ଭାରତର ସ୍ଥାନ ୭ମ ରହିଛି।

ଭାରତୀୟ ମହିଳା କବାଡି ଟିମକୁ ଫାଇନାଲ ମୁୁକାବିଲାରେ ଇରାନ ଠାରୁ ହାରିବାକୁ ପଡ଼ିଛି। ଇରାନ ଏହି ମୁକାବିଲା ୨୭-୨୪ରେ ଜିତିଛି। ବିଗତ ୨ଟି ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟିମ ସ୍ୱର୍ଣ୍ଣ ପଦକ ଜିତିଥିଲା କିନ୍ତୁ ଏଥର ରୌପ୍ୟ ପଦକରେ ସନ୍ତୁଷ୍ଠ ହେବାକୁ ପଡ଼ିଛି। ଏହା ପୂର୍ବରୁ ଇରାନର ପୁରୁଷ ଟିମ ଭାରତୀୟ ପ୍ରତିଯୋଗିଙ୍କୁ ହରାଇଥିଲେ। ଟେନିସ ଖେଳାଳି ରୋହନ ବୋପନ୍ନା ଓ ଦିଭିଜ ଶରଣଙ୍କ ଜୋଡ଼ି ଭାରତକୁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ସେମାନେ ଖାଜକସ୍ତାନର ଆଲେକଜାଣ୍ଡର ବୁବଲିକ ଓ ଡେନିସ ୟେଭସେଓଙ୍କ ଯୋଡ଼ିକୁ ୫୨ ମିନିଟ ଭିତରେ ୬-୩, ୬-୪ରେ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର