ହାଙ୍ଗ୍‌ଚୌ: ଚୀନ୍‌ର ହାଙ୍ଗ୍‌ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ୨୫ ମିଟର୍‌ ପିସ୍ତଲ୍‌ ଚାଳନା ପ୍ରତିଯୋଗିତାରେ ଭାରତୀୟ ମହିଳା କ୍ରୀଡ଼ାବିତ୍‌ମାନେ ପିସ୍ତଲ୍‌ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍‌ ଚାଳନାରେ ରୌପ୍ୟ ପଦକ ଜିଣିଥିବା ‘ଏନ୍‌ଡିଟିଭି’ ରି‌ପୋର୍ଟ କରିଛି।

Advertisment

ଚାଲିଥିବା ‘ଏସୀୟ କ୍ରୀଡ଼ା’ରେ ଆଜି ମନୁ ଭାକର୍‌, ଈଶା ସିଂହ ଓ ରିଦମ୍‌ ସାଙ୍ଗ୍‌ୱାନ୍‌ ଭାରତ ପାଇଁ ୪ର୍ଥ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ‘ମହିଳା ୨୫ ମିଟର୍‌ ପିସ୍ତଲ୍‌ ଟିମ୍‌ ଇଭେଣ୍ଟ୍‌’ରେ ଏହି ୩ ଖେଳାଳି ସାମଗ୍ରିକ ଭାବେ ୧୭୫୯ ସ୍କୋର୍‌ କରିଛନ୍ତି।

publive-image Image Courtesy of India Today

୩ଟି ‘ରାପିଡ୍‌ ରାଉଣ୍ଡ୍‌’ରେ ମନୁ ଭାକର୍‌ ୯୯, ୯୯ ଓ ୧.୯୮ ସ୍କୋର୍‌ କରି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଛନ୍ତି।

ଏହାପୂର୍ବରୁ ଆଜି ଆଶି ଚୌକ୍ସୀ, ମାନିନୀ କୌଶିକ ଓ ସିଫ୍‌ତ୍‌ କୌର୍‌ ସାମ୍‌ରା ‘ମହିଳା ୫୦ ମିଟର୍‌ ରଇଫଲ୍‌ ୩ ପୋଜିସନ୍‌ ଟିମ୍‌’ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିବା ପରେ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ପାଇଥିଲା।

ପରେ ପରେ ପିସ୍ତଲ୍‌ ଚାଳନାରେ ଭାରତୀୟ ଖେଳାଳି ସ୍ବର୍ଣ୍ଣପଦକ ହାସଲ କରିବାରୁ ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି।