ଏସୀୟ କ୍ରୀଡ଼ା: କବାଡ଼ିରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ମଉଳିଲା, କାଂସ୍ୟରେ ସନ୍ତୁଷ୍ଟ

ଜାକର୍ତ୍ତା: ଭାରତୀୟ ପୁରୁଷ କବାଡ଼ି ଟିମ୍‌ ସେମିଫାଇନାଲ ମୁକାବିଲାରେ ଇରାନ ଠାରୁ ପରାସ୍ତ ହୋଇଛି। ଇରାନ ୨୭-୧୮ରେ ଭାରତକୁ ପରାସ୍ତ କରିଛି। ଏହା ପୂର୍ବରୁ ଭାରତକୁ ଗ୍ରୁପ ମୁକାବିଲାରେ ଦକ୍ଷିଣ କୋରିଆ ହରାଇ ଥିଲା। ଭାରତୀୟ ଟିମର ସ୍ୱର୍ଣ୍ଣ ପଦକ ଆଶା ମଉଲି ଯାଇଥିବା ବେଳେ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ୧୮ତମ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟେନିସ ଖେଳାଳି ଅଙ୍କିତା ରାଇନାଙ୍କୁ ଏକକ ପ୍ରତିଯୋଗିତାରେ କାଂସ୍ୟ ପଦକ ମିଳିଛି। ଚୀନର ସୁଆଇ ଜିଙ୍ଗ ଗୁରୁବାର ସେମିଫାଇନାଲ ମୁକାବିଲାରେ ରାଇନାଙ୍କୁ ୬-୪, ୭-୬ରେ ହରାଇଥିଲେ। ପଞ୍ଚମ ଦିନରେ ଭାରତ ପାଇଁ ଏହା ଥିଲା ପ୍ରଥମ ପଦକ।

ପୁରୁଷ ଯୁଗଳ ମୁକାବିଲାରେ ଭାରତର ରୋହନ ବୋପାନା ଓ ଦିଭିଜ ଶରଣ ୩ ସେଟ୍‌ (୬-୪, ୬-୩, ୧୦-୮) ପର୍ଯ୍ୟନ୍ତ ରୋମାଞ୍ଚକ ସେମିଫାଇନାଲ ମୁକାବିଲାରେ ଜାପାନର କାଇତୋ ୟୁସୁଗୀ ଓ ଏସ୍‌. ଶିମାବୁକୁରୋଙ୍କ ଯୋଡ଼ିକୁ ୨-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସ୍ୱର୍ଣ୍ଣ ପଦକ ପାଇଁ ଏବେ ଭାରତର ଆଶା ରଖିଛି।

ସମ୍ବନ୍ଧିତ ଖବର