ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଇନ୍ଡୋର୍ ଦୌଡ଼କୁଦ କେନ୍ଦ୍ରଠାରେ ଆଗାମୀ ୨୦୨୮ ବିଶ୍ବ ଦୌଡ଼କୁଦ ଇନ୍ଡୋର୍ ପ୍ରତିଯୋଗିତା ଆୟୋଜନ ସମ୍ଭାବନା ରହିଛି। ଆୟୋଜନ ଲାଗି ଭାରତ ମଧ୍ୟ ବିଡ୍ ଦାଖଲ କରିବ। ଭାରତ ଏହି ପ୍ରତିଯୋଗିତା ଆୟୋଜନ ଅଧିକାର ପାଇଲେ ଏହା କଳିଙ୍ଗ ଷ୍ଟାଡିୟମ୍ରେ ହୋଇପାରେ। ଏଥିଲାଗି ବିଶ୍ବ ଦୌଡ଼କୁଦ ଓ ଭାରତୀୟ ଦୌଡ଼କୁଦ ମହାସଂଘ ଅଧିକାରୀମାନେ କଳିଙ୍ଗ ଷ୍ଟାଡିୟମ୍ ଦେଖି ଏବଂ କ୍ରୀଡ଼ାମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଛନ୍ତି। ଏମାନେ ଫେରିବାର ଗୋଟିଏ ଦିନ ପରେ ଏହି ଇନ୍ଡୋର୍ ଷ୍ଟାଡିୟମ୍ରେ ଏସୀୟ ଇନ୍ଡୋର୍ ପ୍ରତିଯୋଗିତା ଲାଗି ଅଭ୍ୟାସ ଶିବିର ଆରମ୍ଭ ହୋଇଛି। ଫଳରେ କଳିଙ୍ଗରେ ବିଶ୍ବ ଦୌଡ଼କୁଦ ଇନ୍ହେଶର୍ ପ୍ରତିଯେଗାିତା ଆୟୋଜନ ସମ୍ଭାବନାକୁ ଆହୁରି ବଢ଼ାଇ ଦେଇଛି। ଆସନ୍ତା ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଚୀନ୍ର ତିଆଁଜିଁଠାରେ ଏସୀୟ ଇନ୍ଡୋର୍ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହେବ। ଏହା ପୂର୍ବରୁ ଘୋଷିତ ଭାରତୀୟ ଦଳର ଅଭ୍ୟାସ ଶିବିର ଶୁକ୍ରବାରଠୁ ଏଠାରେ ଆରମ୍ଭ ହୋଇଥିଲା ବେଳେ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଦଳ ଚୀନ୍ ଗସ୍ତ କରିବ। ଖେଳାଳିମାନଙ୍କ ସହ ୨ ଜଣ ପ୍ରଶିକ୍ଷକ ରାମିଆ ସିନିବାସନ ଓ ଭୂପିନ୍ଦର ସିଂହ ଏବଂ ଫିଜିଓଥେରାପିଷ୍ଟ ମଞ୍ଜୁ ନାଥ ଟି ଉପସ୍ଥିତ ଅଛନ୍ତି।ଭାରତୀୟ ଦଳରେ ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ ଅଛନ୍ତି।
ଅଧିକପଢ଼ନ୍ତୁ:ନେତାଜୀଙ୍କ ଜୀବନ କାହାଣୀ ମୋ ମନରେ ପ୍ରଥମେ ଦେଶପ୍ରେମର ବହ୍ନି ଜାଳିଥିଲା: ଉପରାଷ୍ଟ୍ରପତି
ଭାରତୀୟ ଦଳରେ ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ
ଭାରତୀୟ ଦଳ: ମନିକାନ୍ତ ହୋବ୍ଲିଧର, ତେଜାସ ଶିର୍ଷେ, ଜେ ଆଦର୍ଶ ରାମ, ସିଭି ଅନୁରାଗ, ଶାହନୱାଜ ଖାନ, ପ୍ରବୀଣ ଚିତ୍ରାଭେଲ, ସମରଦୀପ ସିଂହ ଗିଲ୍, ତଜିନ୍ଦରପାଲ ସିଂହ ତୁର୍, ତେଜସ୍ବିନ ଶଙ୍କର, ନିତ୍ୟା ଗନ୍ଧେ, ଅବିନୟ ରାଜାରାଜନ, ମୌମିତା ମଣ୍ଡଲ, ପ୍ରଜ୍ଞା ପ୍ରଶାନ୍ତି ସାହୁ, ପୂଜା ସେଜେନ ଏଡାପ୍ପିଲ୍ଲୀ, ୟୋଗୀତା, କେଏ ଅନାମିକା।।
ଅଧିକପଢ଼ନ୍ତୁ:ଅଷ୍ଟ୍ରେଲିଆନ୍ ଓପନ୍: ଆଗେଇଲେ ଅଲ୍କାରାଜ ଓ ସାବାଲେଙ୍କା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/23/3c272780-5050-406a-b1ea-1d663ff50e85-2026-01-23-18-51-57.jpg)