ଭୁବନେଶ୍ବର: ଓଡ଼ିଶା ପାୱାର ସ୍ପୋର୍ଟସ ଏବଂ କମ୍ବାଟ୍ ସ୍ପୋର୍ଟସ ତାରକା ଅନୁପମା ସ୍ବାଇଁ ଆବୁଧାବିରେ ଚାଲିଥିବା ପଞ୍ଚମ ଏସୀୟ ଜୁ-ଜିତ୍ସୁ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ଓଡ଼ିଶା ପୁଲିସରେ କାର୍ଯ୍ୟରତ ଏବଂ ଉତ୍କଳ କରାଟେ ସ୍କୁଲ୍ରେ ପ୍ରଶିକ୍ଷିତ ଅନୁ ବୁଧବାର ୫୨ କେଜି ମହିଳା ବର୍ଗ ଫାଇନାଲ୍ରେ ଫାଇଟର ପଏଣ୍ଟରେ ଆଗୁଆ ରହିଥିବା ସତ୍ତ୍ବେ ଥାଇଲାଣ୍ଡ ପ୍ରତିଦ୍ବନ୍ଦ୍ବୀଙ୍କଠୁ ପେନାଲ୍ଟିରେ ହାରି ସ୍ବର୍ଣ୍ଣ ପଦକରୁ ବଞ୍ଚିତ ରହିଥିଲେ। ୨୦୧୯ରେ ଥାଇଲାଣ୍ଡ୍ ଓପନ୍ ବିଶ୍ବ ମାନ୍ୟତା ପ୍ରତିଯୋଗିତାରେ ଅନୁ ସ୍ବର୍ଣ୍ଣ ପଦକ ଏବଂ କୋରିଆରେ ଅନୁଷ୍ଠିତ ବିଶ୍ବ ସାମରିକ କଳା ମାଷ୍ଟରସିପ୍ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ। ସେ ମଧ୍ୟ ଗତ ୪ ବର୍ଷ ଧରି ଜାତୀୟ ବିଜୟିନୀ ରହିଆସିଛନ୍ତି। ଆସନ୍ତାବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ଏସୀୟ କ୍ରୀଡ଼ା ଜି-ଜିତ୍ସୁ ନିମେନ୍ତ ତାଙ୍କୁ ଏହି ପଦକ ସଫଳତା ସହାୟତା କରିବ। ଏସୀୟ ପ୍ରତିଯୋଗିତାରେ ଅନୁଙ୍କ ରୌପ୍ୟ ସଫଳତା ପାଇଁ ଓଡ଼ିଶା ଜୁ-ଜିତ୍ସୁ ସଂଘ ଓ ଉତ୍କଳ କରାଟେ ସ୍କୁଲ୍ର କର୍ମକର୍ତାମାନେ ଅଭିନନ୍ଦନ ଜଣାଇଛନ୍ତି। ଅନୁ ୧୮ ତାରିଖ ଦିନ ଭୁବନେଶ୍ବର ଫେରିବେ।
ଏସୀୟ ଜୁ-ଜିତ୍ସୁ: ଅନୁଙ୍କୁ ରୌପ୍ୟ
/sambad/media/post_attachments/wp-content/uploads/2021/09/4sfh654sfh54h45h6sffhshhfsfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)