ଭୁବନେଶ୍ବର: ଜମ୍ମୁ କାଶ୍ମୀରଠାରେ ଆୟୋଜିତ ଏସୀୟ କନିଷ୍ଠ ପେନ୍‌ଚାକ୍ ସିଲାଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କୁ ଗୋଟିଏ ସ୍ବର୍ଣ୍ଣ ସହ ୬ଟି ପଦକ ମିଳିଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ୮ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। କାହ୍ନା ବେହେରା ଟେଣ୍ଡିଂରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିଲା ବେଳେ ଆଶିକ ପ୍ରଧାନ, ସ୍ବୟଂମ ଗୁରୁଙ୍ଗ, ଭୁବନ ରାୟ ରେଗୁ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଛନ୍ତି। ସେହିଭଳି ଏଲିନା ଗୁରୁଙ୍ଗ, ଗାୟତ୍ରୀ ଦାସ, ନୀତୀଶ ବାରି ଦଳଗତ ରେଗୁରେ କାଂସ୍ୟ ପଦକ ହାସଲ କରିଛନ୍ତି। 

Advertisment

ଆଶିକ ପ୍ରଧାନ ବ୍ୟକ୍ତିଗତ ଟେଣ୍ଡିଂ, ନୀତୀଶ ବାରିକ ସୋଲୋ ଏବଂ ସମରେଶ କୁମାର ନନ୍ଦ ‌ବ୍ୟକ୍ତିଗତ ଟେଣ୍ଡିଂରେ ଗୋଟିଏ ଲେଖାଏଁ କାଂସ୍ୟ ଜିତିଛନ୍ତି। ଏହି ସଫଳତା ଲାଗି ଓଡ଼ିଶା ଖେଳାଳିଙ୍କୁ ଖୋର୍ଦ୍ଧା ପେନ୍‌ଚାକ୍ ସିଲାଟ୍ ସଂଘର ସଂପାଦକ ଜିତେନ୍ଦ୍ର କୁମାର ରାଉତ, ଓଡ଼ିଶା ପେନ୍‌ଚାକ୍ ସିଲାଟ୍ ସଂଘର ସଭାପତି ତାପସ କୁମାର ରାୟଚୌଧୁରୀ, ଉପସଭାପତି ମନୋରଞ୍ଜନ ଭଞ୍ଜ, ଅରବିନ୍ଦ ବାରିକ, ସାଧାରଣ ସଂପାଦକ ଗୁରୁ ପ୍ରେମ୍ ସିଂହ ଥାପା, ଉପଦେଷ୍ଟା ସୁମନ ମୋଦୀ ଅଭିନନ୍ଦନ ଜଣାଇଛନ୍ତି।