ଭୁବନେଶ୍ବର: ଫିଲିପାଇନ୍ସର ମାନିଲାରେ ଚାଲିଥିବା ଏସୀୟ କ୍ୟାଡେଟ୍ ଓ ଜୁନିୟର୍ କରାଟେ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଆଲିଶା ସୁବୁଦ୍ଧି କାଂସ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି। ୧୫ ବର୍ଷୀୟା ଆଲିଶା ପୂର୍ବରୁ ଜାତୀୟସ୍ତରରେ ସ୍ବର୍ଣ୍ଣ ଏବଂ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତାର କାଟା ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାଲିନା ଭାଲେଣ୍ଟିନାଙ୍କ ପ୍ରଶିକ୍ଷଣରେ ଆଗକୁ ବଢ଼ିଥିବା ଆଲିଶାଙ୍କୁ ରାଜ୍ୟ କରାଟେ ସଂଘ ପକ୍ଷରୁ ହରିପ୍ରସାଦ ପଟ୍ଟନାୟକ ଓ ଗୌରୀ ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି।
ଏହି ଅବସରରେ ଆଲିଶା ତାଙ୍କ ଏହି ସଫଳତା ଲାଗି ପ୍ରଶିକ୍ଷକ ଭାଲେଣ୍ଟିନାଙ୍କ ସହ କିଓ ସଭାପତି ଭାରତ ଶର୍ମା, ସହାସଚିବ ସଂଜୀବ କୁମାର ଜାଙ୍ଗରା, କୋଷାଧ୍ୟକ୍ଷ ମୁତୁମ ସିଂହଙ୍କ ଦୂରଦୃଷ୍ଟି ନେତୃତ୍ବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତୀୟ ଦଳ ପ୍ରଶିକ୍ଷକ ସେନସେଇ ଅନିକେଶ ଗୁପ୍ତା, ସେନସେଇ କୀର୍ତ୍ତନ, ସନ୍ଦୀପ ଗାଡ଼େଙ୍କ ମାର୍ଗଦର୍ଶନକୁ ଶ୍ରେୟ ଦେଇଛନ୍ତି। ଭବିଷ୍ୟତରେ ଅଧିକ ସଫଳତା ପାଇଁ ଆଲିଶା ପ୍ରତିଶ୍ରୁତି ଦେଇଛନ୍ତି।