‘ଏସିଆର ପେଲେ’ କାନନଙ୍କ ପରଲୋକ

କୋଲ୍‌କାତା: ଏସିଆର ପେଲେ ଭାବେ ପରିଚିତ ଭାରତୀୟ ଫୁଟ୍‌ବଲ୍‌ କିମ୍ବଦନ୍ତୀ ପୂଙ୍ଗମ କାନନଙ୍କ ରବିବାର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ତାମିଲନାଡ଼ୁ ଜନ୍ମିତ କାନନ କୋଲ୍‌କାତାର ଦୁଇ କ୍ଲବ୍‌ ମୋହନ ବାଗନ ଓ ଇଷ୍ଟ୍‌ ବେଙ୍ଗଲ ପକ୍ଷରୁ ୬୦ ଓ ୭୦ ଦଶକରେ ପ୍ରତିନିଧିତ୍ବ କରିଥିଲେ। ଜାତୀୟ ଦଳରେ ସେ ୫ ଥର ଖେଳିବାକୁ ସୁଯୋଗ ପାଇଥିଲା ବେଳେ ୨ ଗୋଲ୍‌ କରିଥିଲେ। ସେ ୧୯୬୬ ବ୍ୟାଙ୍କକ୍‌ ଏସୀୟ କ୍ରୀଡ଼ା ଓ ୧୯୬୮ ମେର୍ଡେକା କପ୍‌ରେ ଭାରତ ପକ୍ଷରୁ ଖେଳିବାର ସୌଭାଗ୍ୟ ପାଇଥିଲେ। କାନନ ଖେଳର ଯାଦୁ ଦେଖି ଜର୍ମାନିର କିମ୍ବଦନ୍ତୀ ପ୍ରଶିକ୍ଷକ ଡେଟମାର ‌କ୍ରେମର ତାଙ୍କୁ ‘ଏସିଆର ପେଲେ’ ଭାବେ ସମ୍ବୋଧିତ କରିଥିଲେ। ସେ ୧୯୭୧, ୧୯୭୩ ସନ୍ତୋଷ ଟ୍ରଫି ବିଜେତା ବେଙ୍ଗଲ ଦଳର ସଦସ୍ୟ ରହିଥିଲେ। ମୋହନ ବାଗନ ପକ୍ଷରୁ ସେ ୮୪ ଗୋଲ୍‌ ଏବଂ ଇଷ୍ଟ ବେଙ୍ଗଲ ଓ ମହମ୍ମଡାନ୍‌ ସ୍ପୋର୍ଟିଂ ପକ୍ଷରୁ ଯଥାକ୍ରମେ ୧୪ ଓ ୧୨ ଗୋଲ୍‌ ‌କରିଥିଲେ। କାନନ ହାଲ୍‌ ଓ ଦକ୍ଷିଣ ରେଳବାଇରେ କାର୍ଯ୍ୟ କରିଥିଲେ ମଧ୍ୟ ମୃତ୍ୟୁ ପର୍ଯ୍ୟନ୍ତ ପେନ୍‌ସନ୍‌ ପାଇ ନଥିଲେ।

ସମ୍ବନ୍ଧିତ ଖବର