ଭୁବନେଶ୍ବର: ଭିଏତ୍‌ନାମରେ ଚଳିତ ମାସ ୨୪ରୁ ୩୧ ତାରିଖ, ୮ ଦିନ ଧରି ଆୟୋଜିତ ହେବାକୁ ଥିବା ନବମ ଏସିଆନ୍ ପେନ୍‌ଚାକ୍ ସିଲାଟ୍ ପ୍ରତିଯୋଗିତା ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଶାର ପ୍ଲିଜାଲିନ୍ ତରାଇ ଓ ରଞ୍ଜିତ ନାୟକ। ଉଭୟ ଗତ ମେ’ ମାସରେ ଆୟୋଜିତ ଜାତୀୟ ବରିଷ୍ଠ ପେନଚାକ୍ ସିଲାଟ୍ ପ୍ରତିଯୋଗିତାରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି।

Advertisment

ପ୍ଲିଜାଲିନ୍ ଓ ରଞ୍ଜିତ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ରଙ୍କୁ ସାକ୍ଷାତକରି ତାଙ୍କ ଆଶୀର୍ବାଦ ଓ ଶୁଭକାମନା ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ଲିଜାଲିନ୍ ପୂର୍ବରୁ ଏସିଆନ୍ ପ୍ରତିଯୋଗିତାରେ ପଦକ ଜିତି ସାରିଛନ୍ତି। ରଞ୍ଜିତ ମଧ୍ୟ ଏଥର ଜୋରଦାର ପ୍ରଦର୍ଶନ କରି ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି। ଉଭୟଙ୍କୁ ରାଜ୍ୟ ପେନଚାକ୍ ସିଲାଟ୍ ସଂଘ ଓ ଖୋର୍ଦ୍ଧା ଜିଲ୍ଲା ପେନାଚାକ୍ ସିଲାଟ୍ ସଂଘ ପକ୍ଷରୁ ମଧ୍ୟ ଶୁଭକାମନା ଜ୍ଞାପନ କରାଯାଇଛି।