ଭୁବନେଶ୍ବର: ଭିଏତ୍ନାମ୍ରେ ଆୟୋଜିତ ନବମ ଏସୀୟ ପେନ୍ଚାକ୍ ସିଲାଟ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅ ପ୍ଲିଜାଲିନ୍ ତରାଇ ଦେଶ ପାଇଁ ଗୌରବ ଆଣିଛନ୍ତି। ସେ କ୍ଲାସ୍ ଏଫ୍ ଫିମେଲ୍ ୭୦-୭୫ କେଜି ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତା ଲାଗି ଓଡ଼ିଶାରୁ ୨ ଜଣ ପ୍ଲିଜାଲିନ୍ ଓ ରଞ୍ଜିତ ନାୟକ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ପ୍ଲିଜାଲିନ୍ ଚମତ୍କାର ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ରଞ୍ଜିତ ଉଚ୍ଚକୋଟୀର ପ୍ରଦର୍ଶନ ସତ୍ତ୍ବେ ପଦକରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ପ୍ରତିଯୋଗିତାରେ ଭାରତ ସହ ୧୦ ଏସୀୟ ଦେଶରୁ ଖେଳାଳି ଅଂଶଗ୍ରହଣ କରିଥିଲେ।
ଏହି ସଫଳତା ଲାଗି ପ୍ଲିଜାଲିନ୍ଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦେଶକ ୟେଦୁଲା ବିଜୟ, ଅତିରିକ୍ତ ଶାସନ ସଚିବ ଅଶୋକ ପଣ୍ଡା, ସୋନାଲି ଚାନ୍ଦ, ଓଡ଼ିଶା ପେନ୍ଚାକ୍ ସଂଘ ସଭାପତି ତାପସ କୁମାର ରାୟଚୌଧୁରୀ, ଉପସଭାପତି ମନୋରଞ୍ଜନ ଭଞ୍ଜ, ଅରବିନ୍ଦ ବାରିକ, ସମ୍ପାଦକ ପ୍ରେମସିଂହ ଥାପା, ଖୋର୍ଦ୍ଧା ପେନ୍ଚାକ୍ ସଂଘ ସମ୍ପାଦକ ଜିତେନ୍ଦ୍ର କୁମାର ରାଉତ ଏବଂ ଉପଦେଷ୍ଟା ସୁମନ ମୋଦି ଅଭିନନ୍ଦନ ଜଣାଇଛନ୍ତି।