ଏସୀୟ ପାଓ୍ଵାରଲିଫ୍‌ଟିଙ୍ଗ ପ୍ରତିଯୋଗିତା: ଓଡ଼ିଶାର ଅନୁପମାଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: କେରଳର ଆଲେପିଠାରେ ଚଳିତ ଡିସେମ୍ବର ୪ରୁ ଆରମ୍ଭ ହୋଇଥିବା ଏସୀୟ ପାଓ୍ଵାରଲିଫ୍‌ଟିଙ୍ଗ ପ୍ରତିଯୋଗିତାରେ ଓଡ଼ିଶାରୁ ଭାଗ ନେଇଥିବା ଅନୁପମା ସ୍ୱାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୫୨ କିଗ୍ରା ସିନିୟର ମହିଳା ବିଭାଗରେ ଏହି ସଫଳତା ଓଡ଼ିଶା ପାଇଁ ଆଣିଛନ୍ତି। ଓଡ଼ିଶା ପୁଲିସରେ କାର୍ଯ୍ୟରତ ଅନୁପମା ସମୁଦାୟ ୩୨୫ କିଗ୍ରା ଉଠାଇ ଏହି ଅଭିଜ୍ଞତା ହାସଲ କରିଛନ୍ତି। ଆଗାମୀ ଡିସେମ୍ବର ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାର ୨ୟ ସ୍ଥାନ ଅଧିକାର କରିଛନ୍ତି। ସିଙ୍ଗାପୁରର ଲି. ଏଲ୍‌। ସେ ସମୁଦାୟ ୩୧୭.୫୦୦ କିଗ୍ରା ଉଠାଇ ରୌପ୍ୟ ପଦକ ହାସଲ କରିଥିବା ବେଳେ ଫିଲିପିନ୍‌ର କୋୟାକା ଏ. ସମୁଦାୟ ୩୧୭.୫୦୦ କିଗ୍ରା ଉଠାଇ ପାଇଛନ୍ତି କାଂସ୍ୟ ପଦକ।

ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଭାଗ ନେଇଥିବା ଅନ୍ୟତମ ପ୍ରତିଯୋଗୀ ପ୍ରଦୀପ ପାତ୍ର ଶାରୀରିକ ଅସୁସ୍ଥତା ଯୋଗୁଁ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନୁପମାଙ୍କ ସଫଳତା ନିମନ୍ତେ ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘର ସଭାପତି କଳିକେଶ ନାରାୟଣ ସିଂହଦେଓ, ସମ୍ପାଦକ ଇଂ ଚିତ୍ତରଞ୍ଜନ ସ୍ୱାଇଁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସମେତ ଉତ୍କଳ କରାଟେ ସ୍କୁଲର ସଦସ୍ୟାମାନେ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର