ଭୁବନେଶ୍ବର: ମସ୍କାଟ୍ରେ ଆୟୋଜିତ ଏସୀୟ ରଗ୍ବି ଏମିରେଟ୍ସ ସେଭେନ୍ସ ଟ୍ରଫିରେ ଭାରତ ଉପବିଜେତା ହୋଇଛି। ଫାଇନାଲ୍ରେ ଭାରତ ୦-୨୭ରେ କାଜାଖସ୍ତାନଠୁ ହାରିଯାଇଥିଲା। ଉପବିଜେତା ଭାରତୀୟ ଦଳରେ ସାମିଲ ହୋଇ ଓଡ଼ିଶାର ୪ ଜଣ ଖେଳାଳି ଆଶିଷ ଶବର, ଗଣେଶ ଧାଙ୍ଗଡ଼ା ମାଝୀ, ଯୁଗଳ କିଶୋର ମାଝୀ ଓ ଶାହନୱାଜ ଅହମଦ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
ଆଶିଷ, ଗଣେଶ ଓ ଯୁଗଳ ‘କିସ୍’ର ଛାତ୍ର। ସେମିଫାଇନାଲ୍ରେ ଭାରତ ୧୭-୦ରେ ସାଉଦି ଆରବକୁ ପରାସ୍ତ କରିଥିଲା। ଏହାପୂର୍ବରୁ ଲିଗ୍ରେ ଭାରତ ଯଥାକ୍ରମେ ଲେବନନ୍କୁ ୪୪-୦ରେ, ଆଫ୍ଗାନିସ୍ତାନକୁ ୨୬-୫ରେ ହରାଇ ସେମିଫାଇନାଲ୍ରେ ପହଞ୍ଚିଥିଲା। ଏହି ସଫଳତା ଲାଗି ‘କିସ୍’ ଓ ‘କିଟ୍’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/fhfshhfhf-2025-10-28-01-15-37.jpg)