ଏସୀୟ ଦୌଡ଼କୁଦ ଦଳରେ ଦୂତି ଓ ପୂର୍ଣ୍ଣିମା

0

ଭୁବନେଶ୍ବର: କାତାରର ଦୋହାଠାରେ ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ସର୍ବଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫଆଇ) ବୁଧବାର ୫୧ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏହି ଦଳରେ ୨୬ ଜଣ ପୁରୁଷ ଏବଂ ୨୫ ଜଣ ମହିଳା ପ୍ରତିଯୋଗୀ ସ୍ଥାନ ପାଇଛନ୍ତି। ଓଡ଼ିଶାରୁ ଦୂତି ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ଏହି ଦଳରେ ଅଛନ୍ତି। ଦୂତି ୨୦୦ ମିଟର ଦୌଡ଼ରେ ଅଂଶ ଗ୍ରହଣ କରିବେ। ଏଥିଲାଗି ସେ ଇଣ୍ଡିଆନ୍ ଗ୍ରାଁପ୍ରି-୨ରେ ଯୋଗ୍ୟତା ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ଫେଡେରେସନ୍ କପରେ ଭଲ କରି ପୂର୍ଣ୍ଣିମା ମହିଳା ହେପ୍ଟାଥଲନ ପାଇଁ ମନୋନୀତ ହୋଇଛନ୍ତି। ଦୂତି ମଧ୍ୟ ୪ ଗୁଣା‌୧୦୦ ସମ୍ଭାବ୍ୟ ଦଳରେ ଅଛନ୍ତି। ଟ୍ରାଏଲ୍ସରେ ଭଲ କଲେ ସେ ମଧ୍ୟ ଏହାର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତୀୟ ଦଳରେ ନୀରଜ ଚୋପ୍ରା. ଜିନସନ ଜନସନ, ତେଜିନ୍ଦର ପାଲ ସିଂହ, ଏମଆର ପୁଭାମ୍ମା, ସ୍ବପ୍ନା ବର୍ମନଙ୍କ ଭଳି ତାରକା ଖେଳାଳି ମଧ୍ୟ ରହିଛନ୍ତି। ଏଣୁ ଏଥର ଭାରତ ପୂର୍ବା‌ପେକ୍ଷା ଭଲ କରିବ ବୋଲି ଆଶା କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.