ନୂଆଦିଲ୍ଲୀ: ଭାରତୀୟ ଯୋଡ଼ି ଦୀପିକା ପାଲିକଲ୍‌ କାର୍ତିକ ଓ ହରିନ୍ଦରପାଲ୍‌ ସିଂହ ସାନ୍ଧୁ ଚୀନ୍‌ର ହୁଆଙ୍ଗଝୌରେ ଚାଲିଥିବା ଏସୀୟ ସ୍କାଶ୍‌ ମିଶ୍ରିତ ଯୁଗଳ ପ୍ରତିଯୋଗିତାର ବିଜେତା ହୋଇଛନ୍ତି। ଏହାଫଳରେ ଭାରତ ଦୁଇଟି ପଦକ ସହ ଅଭିଯାନ ଶେଷ କରିଛି। ଏଥିପୂର୍ବରୁ ଅନାହତ ସିଂହ ଓ ଅଭୟ ସିଂହ ସେମିଫାଇନାଲ୍‌ରେ ମାଲେସିଆର ଇଭାନ୍‌ ୟୁଏନ୍‌ ଓ ରଚେଲ୍‌ ଆର୍ନୋଲ୍ଡଙ୍କଠାରୁ ପରାଜିତ ହୋଇ କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ତେବେ ଇଭାନ୍‌ ଓ ଚତେଲ୍‌ଙ୍କୁ ଭାରତୀୟ ଯୋଡ଼ି ଦୀପିକା ଓ ହରିନ୍ଦରପାଲ୍‌ ୧୧-୦, ୧୧-୮ ରେ ହରାଇ ବିଜେତା ହୋଇଥିଲେ।

Advertisment

ଏଥିପୂର୍ବରୁ ଦୀପିକା-ହରିନ୍ଦରପାଲ୍‌ ଯୋଡ଼ି କ୍ବାର୍ଟରଫାଇନାଲ୍‌ରେ ଟପ୍‌ ସିଡ୍‌ ମାଲେସିଆର ଏଇରା ଅଜମାନ୍‌ ଓ ସଫିକ୍‌ କମଲ୍‌ଙ୍କୁ ଏବଂ ସେମିଫାଇନାଲ୍‌ରେ ପାକିସ୍ତାନର ତୟବ ଅସଲମ୍‌ ଓ ଫୈଜା ଜାଫରଙ୍କୁ ପରାଜିତ କରିଥିଲେ। ‌ହୁଆଙ୍ଗଝୌରେ ପ୍ରଥମ ଥର ପାଇଁ ହୋଇଥିବା ଏହି ପ୍ରତିଯୋଗିତାରେ ଉପରୋକ୍ତ ତିନି ଦେଶଙ୍କ ସହିତ ଇରାନ୍‌, ‌ହଂକଂ ଓ ଚୀନ୍‌ର ଖେଳାଳିମାନେ ଅଂଶଗ୍ରହଣ କରିଥିଲେ।