ଭୁବନେଶ୍ବର: ଏସୀୟ ଟେବୁଲ୍ ଟେନିସ୍ (ଟିଟି) ଦଳଗତ ପ୍ରତିଯୋଗିତାର ଗତ ସଂସ୍କରଣର କାଂସ୍ୟ ବିଜେତା ଭାରତୀୟ ପୁରୁଷ ଓ ମହିଳା ଦଳ ଯଥାକ୍ରମେ ଷଷ୍ଠ ଓ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ପଞ୍ଚମ ସ୍ଥାନ ମୁକାବିଲାରେ ଭାରତୀୟ ପୁରୁଷ ୦-୩ରେ ଦକ୍ଷିଣ କୋରିଆଠୁ ହାରିଯାଇଥିଲା। ଏହା ପୂର୍ବରୁ ପଞ୍ଚମରୁ ଅଷ୍ଟମ ସ୍ଥାନ ମୁକାବିଲାରେ ଏହି ଦଳ ୩-୨ରେ ଉତ୍ତର କୋରିଆକୁ ହରାଇଥିଲା। ମହିଳା ଦଳ ସପ୍ତମ ସ୍ଥାନ ମୁକାବିଲାରେ ୨-୩ରେ ହଂକଠୁ ପରାସ୍ତ ହୋଇଛି।
ଏହା ପୂର୍ବରୁ ପଞ୍ଚମରୁ ଅଷ୍ଟମ ସ୍ଥାନ ମୁକାବିଲାରେ ୧-୩ରେ ଉତ୍ତର କୋରିଆଠୁ ହାରିଥିଲା। ମହିଳା ଫାଇନାଲ୍ରେ ଚୀନ୍ ଓ ଜାପାନ ପହଞ୍ଚିଛନ୍ତି। ସେମିଫାଇନାଲ୍ରେ ଚୀନ୍ ୩-୦ରେ ଉତ୍ତର କୋରିଆକୁ ଏବଂ ଜାପାନ ୩-୦ରେ ସିଙ୍ଗାପୁରକୁ ପରାସ୍ତ କରିଛି। ପୁରୁଷ ଫାଇନାଲ୍ରେ ହଂକଂ ଓ ଚୀନ ମୁହାଁମୁହିଁ ହେବେ। ହଂକଂ ୩-୨ରେ ଚାଇନିଜ୍ ତାଇପେକୁ ଏବଂ ଚୀନ୍ ୩-୨ରେ ଜାପାନକୁ ମାତ୍ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/15/dagdggczvcvcvcv-2025-10-15-01-30-23.jpg)